ଭାରତର ଏଆଇ ଉଚ୍ଚାଭିଳାଷର ପ୍ରତିଫଳନ
ଭାରତର ଏଆଇ ଉଚ୍ଚାଭିଳାଷର ପ୍ରତିଫଳନ
ଏହି ଶୁଭାରମ୍ଭ ଅବସରରେ ସଚିବ ଏସ୍. କ୍ରିଷ୍ଣନ କହିଛନ୍ତି, "ଇଣ୍ଡିଆଏଆଇ ମିଶନ ଅଧୀନରେ ସହାୟତା ପ୍ରାପ୍ତି ଅନ୍ୟତମ ଫାଉଣ୍ଡେସନାଲ୍ ମଡେଲ୍ ‘ଭାର୍ୟା'ର ଶୁଭାରମ୍ଭ, ଭାରତର ଏଆଇ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଡ। ଆମେ ଦେଶରେ ଆମେ ଯେଉଁଭଳି ଗବେଷଣା-ଭିତ୍ତୀକ କ୍ଷମତା ପ୍ରସ୍ତୁତ କରିବାକୁ ଚାହୁଁଛୁ, ‘ଭାର୍ୟା' ତାର ଏକ ପ୍ରକୃଷ୍ଟ ଉଦାହରଣ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଯାହା ସ୍ବଦେଶୀ ଏଆଇ କ୍ଷମତା ପ୍ରସ୍ତୁତ କରିବା ଏବଂ ଏକ ସକ୍ରିୟ ଡିପ୍-ଟେକ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଫାଉଣ୍ଡେସନାଲ୍ ମଡେଲଗୁଡ଼ିକୁ ରଣନୀତିକ ସହାୟତା ଯୋଗାଇ ଦେଇ ଆମେ ବ୍ୟାପକ ସ୍ବରରେ ନୂତନ ଉଦ୍ଭାବନକୁ ସକ୍ଷମ କରୁଛୁ ଏବଂ ପରବର୍ତ୍ତୀ ପିଢ଼ିର ଏଆଇ ସଲ୍ୟୁସନ ପାଇଁ ଭିତ୍ତିଭୂମି ସୃଷ୍ଟି କରୁଛୁ। ଆମେ ଭାରତର ଏଆଇ କ୍ଷମତାକୁ ଆହୁରି ମଜବୁତ କରିବା ସହ ଏଭଳି ମିତବ୍ୟୟୀ ନୂତନ ଉଦ୍ଭାବନକୁ ଆଗକୁ ବଢ଼ାଇବାକୁ ଆଶା ରଖୁଛୁ, ଯାହା ବିଶ୍ବସୁରୀୟ ହେବା ସହିତ ଦେଶର ବହୁସଂଖ୍ୟକ ଜନସାଧାରଣଙ୍କ ପାଇଁ ସହଜଲବ୍ଧ ହୋଇପାରିବ।"
ଅବତାର ଶୀଘ୍ର ଏକ ବୈଷୟିକ ରିପୋର୍ଟ ମଧ୍ୟ ପ୍ରକାଶ କରିବ, ଯେଉଁଥ୍ରେ 'ଭାୟା'ର ମଡେଲ୍ ଆର୍କିଟେକ୍ଟର, ଡିଷ୍ଟିଲେସନ୍ ପ୍ରଣାଳୀ ଏବଂ ଏହାର ବେଞ୍ଚମାର୍କ (କାର୍ଯ୍ୟଦକ୍ଷତାର ମାପଦଣ୍ଡ) ବିଷୟରେ ସବିଶେଷ ସୂଚନା ରହିବ।
ସୁଲଭ ଏଆଇ
ଏହି ଅବସରରେ ଅବତାରର ସିଇଓ ତଥା ସହ-ପ୍ରତିଷ୍ଠାତା ଶ୍ରବନ୍ଧ ଆଲୁରୁ କହିଛନ୍ତି, "ଭାରତର ଏଆଇ ସୁଯୋଗ କେବଳ ସବୁଠାରୁ ବଡ଼ ମଡେଲଗୁଡ଼ିକ ଦ୍ବାରା ନିର୍ଦ୍ଧାରିତ ହେବ ନାହିଁ। ଏହା ସବୁଠାରୁ ଅଧିକ ଦକ୍ଷ ଓ ସକ୍ଷମ ମଡେଲଗୁଡ଼ିକ ଦ୍ବାରା ମଧ୍ଯ ନିରୂପିତ ହେବ। 'ଭାର୍ୟା' ପ୍ରମାଣିତ କରିଛି ଯେ ଅତ୍ୟାଧୁନିକ ଗୁଣବତ୍ତାସମ୍ପନ୍ନ ଏଆଇ ଭିଡିଓକୁ ମଧ୍ୟ ଅତି ସହଜରେ ଅଧୂକ ଦକ୍ଷ ଏବଂ ସହଜଲବ୍ଧ କରାଯାଇପାରିବ। ୧୪୦ କୋଟି ଜନସଂଖ୍ୟାର ଏକ ଦେଶ ପାଇଁ ଶସ୍ତା ବା ସ୍ବଳ୍ପ ଖର୍ଜୀ ହେବା କେବଳ ଏକ ବୈଶିଷ୍ଟ୍ୟ ନୁହେଁ, ବରଂ ଏକ ପ୍ରାଥମିକ ଆବଶ୍ୟକତା। ଆମର ବିଶ୍ବାସ ଯେ ଆଗାମୀ ଦିନର କୋଟି କୋଟି କାହାଣୀ, ପାଠପଢ଼ା, ବିଜ୍ଞାପନ, ସେବା ଏବଂ ଅନୁଭୂତି ଏଆଇ ମାଧ୍ୟମରେ ହିଁ ସୃଷ୍ଟି ହେବ; ଏବଂ ସେହି ସବୁ କ୍ଷମତା କେବଳ କିଛି
ସୀମିତ ଲୋକଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ।"
କମ ବ୍ୟୟବହୁଳ ଏଆଇ ମତେଲ ହିଁ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଅବତାର୍ 'ଭାର୍ୟା' ଜରିଆରେ ଅବତାର ଆଲୋଚନାର ପ୍ରସଙ୍ଗକୁ ଏଆଇ କ୍ଷମତା'ରୁ ‘ସୁଲଭ ଏଆଇ' ଆଡ଼କୁ ନେଇଯାଉଛି।
ବହୁସଂଖ୍ୟକ ଜନସାଧାରଣଙ୍କ ବ୍ୟବହାର ପାଇଁ ଏଆଇ ପ୍ରୋଡକ୍ଟ ତିଆରି କରିବାକୁ ଭାରତ ପାଖରେ ପ୍ରତିଭା, ବଜାରର ଗଭୀରତା ଏବଂ କଳ୍ପନାଶକ୍ତି ରହିଛି। ଭାରତୀୟ କମ୍ପାନୀଗୁଡ଼ିକ କେବଳ ବଡ଼ ବଡ଼ ମଡେଲ୍ ତିଆରି ନ କରି ବରଂ ଅଧୁକ ଦକ୍ଷ ଏବଂ ପରିପ୍ରେକ୍ଷ୍ଯ ସଚେତନ ଏଆଇ ମଡେଲ୍ ତିଆରି କରି କେମିତି ବିଶ୍ବସ୍ତରରେ ପ୍ରତିଯୋଗିତା କରିପାରିବେ ଏବଂ ଏହାର ବ୍ୟବହାରକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବେ, 'ଭାର୍ୟା' ହେଉଛି ତାର ଏକ ବଡ଼ ଉଦାହରଣ।"
ଅବତାର ସମ୍ପର୍କରେ
ଅବତାର ହେଉଛି ଏକ ଏଆଇ-ନେଟିଭ୍ ଟ୍ରାନ୍ସଫର୍ମେସନ୍ କମ୍ପାନୀ, ଯାହାକି ନିର୍ଦ୍ଦିଷ୍ଟ କ୍ଷେତ୍ର-ଭିତ୍ତିକ ଏଆଇ ପ୍ରଡକ୍ଟ ପ୍ରସ୍ତୁତ କରେ। ଏହି ପ୍ରଡକୃଗୁଡ଼ିକ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବା ଏଣ୍ଟରପ୍ରାଇଜେସକୁ ସେମାନଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବାରେ, ନୂତନ ଅପରେଟିଂ ମଡେଲ୍ ଆପଣାଇବାରେ ଏବଂ ବୌଦ୍ଧିକ ସମ୍ପତ୍ତି (IP-led capabilities) ଭିତ୍ତିକ ସୁରକ୍ଷିତ କ୍ଷମତା ହାସଲ କରିବାରେ ସାହାଯ୍ୟ କରେ।
ଡିଷ୍ଟିଲ୍ଡ୍ ଭିଡିଓ ତିଆରି କଣ?
ଡିଷ୍ଟିଲ୍ସ ଭିଡିଓ ଜେନେରେସନ୍ ହେଉଛି ମେସିନ୍ ଲଣ୍ଡିଂର ଏକ 'ମଡେଲ୍ କମ୍ରେସନ୍' କୌଶଳ। ଏଥିରେ ଏକ ଛୋଟ ବା ସଂକ୍ଷିପ୍ତ "ଷ୍ଟୁଡେଣ୍ଟ" ମଡେଲ୍, ଏକ ବଡ଼ ଏବଂ ଧୀର ଗତିରେ କାମ କରୁଥିବା "ଟିଚର୍" ମଡେଲର ଆଉଟପୁଟକୁ ଅବିକଳ ନକଲ କରିବା ଶିଖୁଥାଏ। ସାଧାରଣ ଭିଡିଓ ମତେଲଗୁଡ଼ିକ ଏକ ସୃଷ୍ଟ ଭିଡିଓ ପ୍ରସ୍ତୁତ କରିବା ପୂର୍ବରୁ ୫୦ରୁ ଅଧିକ ଅସୃଷ୍ଟ ବା ନଏଜି ପାହାଚ ଦେଇ ଗତି କରିଥାନ୍ତି; କିନ୍ତୁ ଏହି 'ଡିଷ୍ଟିଲେସନ୍' ପ୍ରକ୍ରିୟା ଛୋଟ ଷ୍ଟୁଡେଣ୍ଟ ମଡେଲକୁ ସେହି ସବୁ ପାହାଚକୁ ବାଦ୍ ଦେବା ଶିଖାଇଥାଏ। ଫଳରେ ଅଳ୍ପ କିଛି ପାହାଚ ମାଧ୍ୟମରେ ଏହା ସେହି ସମାନ ଗୁଣବତ୍ତାର ଭିଡିଓ ପ୍ରସ୍ତୁତ କରିଦିଏ।
*
*