ମହାସମାରୋହରେ ପବିତ୍ର ରାମନବମୀ ପାଳିତ ।

ମହାସମାରୋହରେ ପବିତ୍ର ରାମନବମୀ ପାଳିତ ।

ମହାସମାରୋହରେ ପବିତ୍ର ରାମନବମୀ ପାଳିତ ।

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପବିତ୍ର ରାମନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୬ଘଣ୍ଟାରୁ ସହରର ବିଭିନ୍ନ ସ୍ଥାନରେଥିବା ରାମମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନେ ଭିଡଜମାଇ ପୂଜାର୍ଚ୍ଚନା କରିବାସହ ସେଠାରେ ନିଜର ପରିବାରପାଇଁ ମଙ୍ଗଳ କାମନା କରୁଥିବା ଦେଖିବାକୁ ମିଳିଥିଲା । ରାମନବମୀ ହିନ୍ଦୁ ସମାଜର ଏକ ପବିତ୍ର ପର୍ବ ଯାହାକୁ ପ୍ରତ୍ୟେକ ହିନ୍ଦୁପରିବାରର ମାନ୍ୟତା ଦିଆଯାଇଥାଏ । ଏହି ଦିନ ବ୍ରତ ଉପବାସ କଲେ ପରିବାରର ମଙ୍ଗଳ ହୋଇଥାଏ ଏବଂ ବର୍ଷ ତମାମ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପୌରାଣିକ ବିଶ୍ୱାସ ରହି ଆସିଛି । ସହରରେଥିବା ମୁଖ୍ୟବଜାର ଛକ ନିକଟସ୍ଥ ରାମମନ୍ଦିର, ପୌରପରିଷ ସମ୍ମୁଖ ରାମମନ୍ଦିର, ଏର୍ଦଲାସାହି ଠାରେ ଥିବା ରାମମନ୍ଦିର, କଣ୍ଡରା ସାହି, ରେଲିପାପଡୁ ସାହି ଏବଂ ସହର ଉପକଣ୍ଠସ୍ଥ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ରହିଥିବା ରାମମନ୍ଦିର ଗୁଡିକରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ପୂଜାର୍ଚ୍ଚନା କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ଧୂମଧାମରେ ତଥା ହର୍ଷଉଲ୍ଲାସରେ ପବିତ୍ର ରାମନବମୀ ପାଳନ ହୋଇଛି ।