ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ବଲବସପୁର ଅଞ୍ଚଳ ହୀରାକୁଦ ଡାଇକ ନିକଟରେ ଆଜି ସକାଳୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଠାବ ହୋଇଛି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ହୀରାକୁଦ ଡାଇକ୍‌ ନିକଟରେ‌ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ନେଇ ଲୋକେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏଠାରେ ମହିଳାଙ୍କ ମୃତଦେହ ପୋଡିବାକୁ ଚେଷ୍ଟା କରିଛି ତାହା ଅସ୍ପଷ୍ଟ ଅଛି। ହତ୍ୟା କରାଯାଇଛି ନା କେଉଁଠାରୁ ଆଣି ଏଠାରେ ପୋଡିବାକୁ ଚେଷ୍ଟା କରାଯାଇଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Feb 10, 2024 - 16:57
 7
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର