ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ...

Jan 16, 2026 - 08:13
 8
ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ  ସ୍କୁଲ୍‌ ପରିଦର୍ଶନ...

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ...

କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ବୁଧବାର ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ନେଡିପଦର ସ୍ଥିତ ପି.ଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ କରିଥିଲେ ।  

ମୁଖ୍ୟ ଶାସନ ସଚିବଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ଛାତ୍ରୀମାନଙ୍କ ପାଇଁ ଏକ ଅଭୂଲା ଓ ପ୍ରେରଣାଦାୟକ ସ୍ମୃତି ହୋଇ ରହିବ । 

ମୁଖ୍ୟ ଶାସନ ସଚିବ ବିଦ୍ୟାଳୟ ପରିଦର୍ଶନ ସମୟରେ ଆଦିବାସୀ ଛାତ୍ରୀମାନଙ୍କ ସହ ଅତି ଆତ୍ମୀୟତାର ସହିତ କଥା ହୋଇଥିଲେ । 

ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପଚାରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଆଇନଜୀବୀ, କେହି କ୍ରୀଡ଼ାବିତ୍ ଆଉ କେହି ସିଭିଲ ସେବା ଅଧିକାରୀ ବା ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ଆକାଂକ୍ଷା ପ୍ରକାଶ କରିଥିଲେ । ସାମାଜିକ ଓ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଏହି ଛାତ୍ରୀମାନଙ୍କ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । 

ମୁଖ୍ୟ ଶାସନ ସଚିବ ସେବାଶ୍ରମର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ପ୍ରୟାସ୍ ପ୍ଲସ୍‌ ଓ ଜ୍ଞାନ ସମୃଦ୍ଧି ପରି ଯୋଜନାଗୁଡ଼ିକ ଉପରେ ଆଲୋଚନା କରି, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଫଳାଫଳରେ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପରିଶେଷରେ ସେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ, ଯାହାକି ଅତ୍ୟନ୍ତ ସ୍ନେହଭରା ଓ ହୃଦୟସ୍ପର୍ଶୀ ଥିଲା । ଏହି ପରିଦର୍ଶନ ସମୟରେ କନ୍ଧମାଳ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ ସାଧାରଣ ପରିସ୍ଥିତିରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯେ ଅସାଧାରଣ ସଫଳତା ହାସଲ କରିପାରନ୍ତି ଏବଂ ସେମାନଙ୍କର ସ୍ୱପ୍ନ ସାକାର ହୋଇପାରେ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଜନଜାତି ଛାତ୍ରଛାତ୍ରୀମାନଙ୍କ ସହ ଏହି ସାକ୍ଷାତ ଆଲୋଚନା , ସେମାନଙ୍କ ସହିତ ସମୟ ଅତିବାହିତ କରିବା, ଭୋଜନ କରିବା ଓ ପ୍ରେରଣା ଦେବା, କୋମଳମତି ଛାତ୍ରୀମାନଙ୍କ ମନୋବଳକୁ ନିଶ୍ଚିତ ଭାବେ ଦୃଢ କରିଥିବ ।