ରପ୍ତାନି E ବସ ର ରିମୋଟ ଚୀନର ଘର ଭିତରେ...

Nov 8, 2025 - 16:21
 21
ରପ୍ତାନି E ବସ ର ରିମୋଟ ଚୀନର ଘର ଭିତରେ...

ରପ୍ତାନୀ ହୋଇଥିବା ଇ-ବସ୍‌କୁ ନିଜ ଦେଶରେ ରିମୋଟ ସାହାଯ୍ୟରେ ନିୟନ୍ତ୍ରଣ କରିପାରିବ ଚୀନ...

ଯୁଦ୍ଧ ସାମଗ୍ରୀ ନେଇ ବଢ଼ିଲା ଚିନ୍ତା

ବିଦେଶକୁ ରପ୍ତାନୀ କରୁଥିବା ଇଲେକ୍ଟ୍ରିକ ବସ୍‌ଗୁଡ଼ିକୁ ଚୀନ ନିଜ ଦେଶର ରିମୋଟ ସାହାଯ୍ୟରେ ନିୟନ୍ତ୍ରଣ କରିପାରିବ ବୋଲି ଜଣାପଡ଼ିଛି। 

ଚୀନ ଚାହିଁଲେ ଏଗୁଡ଼ିକୁ ବନ୍ଦ କରିପାରିବ ଏହାକୁ ଚାଲୁ କରିପାରିବ। 

ଏଭଳି ସୂଚନା ଜଣାପଡ଼ିବା ପରେ ଚୀନ ଠାରୁ ସାମଗ୍ରୀ କିଣୁଥିବା ଦେଶଗୁଡ଼ିକ ମନରେ ଭୟ ସୃଷ୍ଟି ହୋଇଛି। 

ଯଦି ଚୀନ ବସଗୁଡ଼ିକୁ ନିୟନ୍ତ୍ରଣ କରିପାରୁଛି, ତେବେ ସେ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ବି ନିୟନ୍ତ୍ରଣ କରିପାରିବ ବୋଲି ଦେଶଗୁଡ଼ିକ ମନରେ ଚିନ୍ତା ଘାରିଛି।

ରିମୋଟ୍ କଣ୍ଟ୍ରୋଲ୍ ସାହାଯ୍ୟରେ ବସ୍ ନୟନ୍ତ୍ରଣ କରିବା ଘଟଣା ପ୍ରଥମ ନରୱେ ଜଣାପଡ଼ିଛି। ଏଠାରେ ସାର୍ବଜନୀନ ପରିବହନ କର୍ତ୍ତୃପକ୍ଷ(ପବ୍ଲିକ ଟ୍ରାନ୍ସପୋର୍ଟ ଅଥୋରିଟି) ବସ୍‌ଗୁଡ଼ିକୁ ବିଦେଶରୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜାଣିବାକୁ ପାଇଛନ୍ତି।

ଓସ୍ଲୋର ପବ୍ଲିକ ଟ୍ରାନ୍ସପୋର୍ଟ ଅପରେଟର ସଂସ୍ଥା ରୁଟର, ଚୀନ୍ ନିର୍ମିତ ୟୁଟୋଙ୍ଗ ଇଲେକ୍ଟ୍ରିକ୍ ବସ୍‌ଗୁଡ଼ିକର ସୁରକ୍ଷା ନେଇ ଅଡିଟ୍ କରିଥିଲା। 

ଏଥିରେ ଜାଣିବାକୁ ପାଇଥିଲେ ଯେ ବସଗୁଡ଼ିକରେ ମୋବାଇଲ୍ ନେଟୱାର୍କ କେନେକ୍ସନ ଏବଂ ରିମୋଟ ସଫ୍ଟୱେର୍ ଆକ୍ସେସ ଏମ୍ବେଡ୍ କରାଯାଇଛି। 

ଏଥିରେ ନିର୍ମାତାଙ୍କୁ ଡାଇଗ୍ନୋଷ୍ଟିକ୍ସ ଏବଂ ଅପଡେଟ୍ କରିବାକୁ ଅନୁମତି ମିଳିଥାଏ, ଯାହାର ଅର୍ଥ ହେଉଛି ବସ୍‌ଗୁଡ଼ିକୁ ଦୂରରୁ ବି ବନ୍ଦ କରାଯାଇପାରିବ। 

ଏହାର ସମାଧାନ ପାଇଁ ରୁଟର ବସ୍‌ଗୁଡ଼ିକର ମୋଡେମ୍‌ରୁ ସିମ୍ କାର୍ଡଗୁଡ଼ିକୁ ବାହାର କରିଦେଇଛି। 

ନରୱେର ଘଟଣା ଜଣାପଡ଼ିବା ପରେ ଚୀନ ଠାରୁ ଇ-ବସ୍ ଆଣିଥିବା ଡେନମାର୍କର ମୋଭିୟା ବସଗୁଡ଼କର ଯାଞ୍ଚ ଆରମ୍ଭ କରିଛି। 

ଯଦିଓ ରିମୋଟରେ କଣ୍ଟ୍ରୋଲ କରିବା ଘଟଣା ସାମ୍ନାକୁ ଆସି ନାହିଁ, ତେବେ ପରିସ୍ଥିତିକୁ ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। 

କାରଣ ରପ୍ତାନୀ ହୋଇଥିବା ବସଗୁଡ଼ିକରେ ରିପାୟର କିମ୍ବା ଏହାର ଯାଞ୍ଚ ପାଇଁ ଏମ୍ବଡେଡ୍ ରିମୋଟ ଆକ୍ସେସ ସୁବିଧା ଦିଆଯାଉଛି।

ଚୀନ୍ ବର୍ତ୍ତମାନ ବିଦେଶକୁ ୱିଙ୍ଗ ଲୁଙ୍ଗ୍ ସିରିଜର ଡ୍ରୋନ ରପ୍ତାନୀ କରୁଛି। ଯେଉଁଥିରେ 'ଜିଓଫେନ୍ସିଂ ଟେକ୍ନୋଲୋଜି' ରହିଛି। 

ଏହି ଡ୍ରୋନଗୁଡ଼ିକ ଚୀନ୍ ଆକାଶ ସୀମାରେ ଆସିବା ପରେ ସେମାନଙ୍କୁ ଆପେ ଆପେ ରୋକାଯାଇପାରିବ। ଏହା ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇପାରେ କିମ୍ବା ଏହାର ଲଞ୍ଚ ପଏଣ୍ଟକୁ ଫେରିପାରେ। 

ଚୀନ୍ ବିରୁଦ୍ଧରେ ଡ୍ରୋନର ଅପବ୍ୟବହାରକୁ ରୋକିବା ପାଇଁ ଏହି ସୁବିଧା ରହିଛି। ତେଣୁ ଚୀନର ଡ୍ରୋନ ଉପରେ ମଧ୍ୟ ସନ୍ଦେହ ବଢ଼ିଛି। 

ଖାଲି ଡ୍ରୋନ୍ ନୁହେଁ ଚୀନ ତିଆରି କରୁଥିବା ଯୁଦ୍ଧ ବିମାନ, ଯୁଦ୍ଧପୋତ ଆଦି ସେଥିରେ ରିମୋଟ କଣ୍ଟ୍ରୋଲ ଆକ୍ସେସ ଥାଇପାରେ ବୋଲି ସନ୍ଦେହ ଉପୁଜିଛି। 

ରପ୍ତାନୀ କରୁଥିବା ଯୁଦ୍ଧ ବିମାନଗୁଡ଼଼ିକୁ ଚୀନ ରିମୋଟ ସାହାଯ୍ୟରେ ନିୟନ୍ତ୍ରଣ କରୁଥିବା ଯଦିଓ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ, ତେବେ ଏନେଇ ଚୀନ ଠାରୁ ଆମଦାନୀ କରୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଚିନ୍ତା ରହିଛି।