ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ...
ଜମିଜମା ବ୍ୟବସ୍ଥାକୁ ଅଧୂକ ସହଜ ଓ ସୁବିଧାରେ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ କରିବା, ଭୂମି ରେକର୍ଡ ଓ ରାଜସ୍ବ ନଥୂଗୁଡିକର କମ୍ପ୍ୟୁଟରୀକରଣ, ଗ୍ରାମ ମାନଚିତ୍ର ଗୁଡିକର ଜିଓ ରେଫରେନସିଂ, ଜମି ପଞ୍ଜୀକରଣ ଏବଂ ବିଭିନ୍ନ ସେବାର ଅନଲାଇନ୍ ବିତରଣ ସଂପର୍କରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ପରାମର୍ଶଦାତା ଶ୍ରୀ ରାଜୀବ ଚାୱଲାଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି ।
ଶ୍ରୀ ଚାୱାଲା କର୍ଣ୍ଣାଟକ ରାଜ୍ୟର ଭୂମି ରେକର୍ଡ ଆଧୁନିକୀକରଣ ଏବଂ ରାଜସ୍ବ ବିଭାଗ ଓ କୃଷି ବିଭାଗ ଦ୍ବାରା ମିଳିତ ଭାବରେ ଚାଲିଥିବା ଆଗ୍ରୋଷ୍ଟ।କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ৩০° * ଭଲ କାର୍ଯ୍ୟଗୁଡିକ (ବେଷ୍ଟ ପ୍ରାକ୍ଟିସେସ୍) ବିଷୟରେ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ । ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସିଂ, ରାଜସ୍ବ ବିଭାଗରେ ଚାଲିଥିବା ଏକ ସ୍ବତନ୍ତ୍ର ଅଭିଯା ଭିଯାନ ମାଧ୍ୟମରେ ପଟ୍ଟାର ୨ୟ ଖନା ସଂଶୋଧନ, ଅନ୍ୟାନ୍ୟ ସଂସ୍କାରମୂଳକ ପଦକ୍ଷେପ ଏବଂ
ଓଡ଼ିଶାରେ ଭୂମି ରେକର୍ଡର କମ୍ପ୍ୟୁଟରୀକରଣ, ପଞ୍ଜୀକରଣ ସେବା ଏବଂ ଅନଲାଇନ୍ ସେବା ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ସେ ଏବେ ସେ ଏବେ ଆରମ୍ଭ ହୋଇଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଏବଂ ଭୂମି ରେକର୍ଡ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢୀକରଣ କରିବା ଯୋଜନା ବିଷୟରେ ସେ ମତ ଉପସ୍ଥାପନ କରିଥିଲେ ।
ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଓଡ଼ିଶାବାସୀଙ୍କୁ ସହଜ ଓ ସୁବିଧାରେ ତଥା ସେମାନଙ୍କର ଦ୍ବାରଦେଶରେ ସରକାରୀ ଓ ଜମିଜମା ସମ୍ବନ୍ଧୀୟ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଭୂମି ରେକର୍ଡର ଆଧୁନିକୀକରଣ, କାଡାଷ୍ଟ୍ରାଲ୍ ମାନଚିତ୍ରର ଅଦ୍ୟତନ କରାଯିବା ଯିବା ଏବଂ ଜିଓ-ରେଫରେନସିଂ ତଥା ସମସ୍ତ ରାଜସ୍ବ ରେକର୍ଡର ଡିଜିଟାଇଜେସନ୍ ଓ ଅନଲାଇନ୍ ସେବା ପ୍ରଦାନକୁ ଅଧୂକ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ଓ ପ୍ରତିବଦ୍ଧତାର ସହି ସହିତ କାର୍ଯ୍ୟ କରୁଥିବା ସଂପର୍କରେ ପ୍ରକାଶ କରିଛନ୍ତି ।
ମଧ୍ଯରେ ଲୋକସେବା ଭବନସିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ସୁଭମ ସକ୍ସେନା, ଭୂମି ରେକର୍ଡ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକ, ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ଓଡିଶା ରାଜ୍ୟ ଅନୁରୀକ୍ଷ ପ୍ରୟୋଗକେନ୍ଦ୍ର (ଓରସାକ) ର ବରିଷ୍ଠ ବୈଜ୍ଞାନିକ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥୂଲେ