ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ କେନ୍ଦ୍ର ସରକାର ତଥା ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ...
ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ କେନ୍ଦ୍ର ସରକାର ତଥା ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ...
କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ
ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ*
ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ସାମୁହିକ ଓ ସାମଗ୍ରିକ ବିକାଶ ପାଇଁ ଯାତାୟତ ସହ ଗମନାଗମନ ଓ ସୁଦୃଢ ଭିତିଭୁମି ନିହାତି ଆବଶ୍ୟକ ।
ପୂର୍ବଦ୍ୟୋୟ ମିଶନକୁ ପ୍ରାଧାନ୍ୟ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଆସୁଛନ୍ତି ।
ରାଜ୍ୟରେ ପୂର୍ବ ସରକାରର ସ୍ଥାଣୁତା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଏବଂ ବିକାଶର ବାଧକ ସାଜିଥିବା ବିନ୍ଦୁଗୁଡିକ ଚିହ୍ନଟ କରାଯାଇ ସମସ୍ୟାର ସମାଧାନ ସମେତ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି ।
ଏହି କ୍ରମରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟରେ ଜାତୀୟ ରାଜପଥ (ଏନଏଚ-୯୦) ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଦା ଜିଲ୍ଲା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇେଓ୍ô ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।
ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକଜରେ ୮୩୦୦.୭୯ କୋଟି ଟଙ୍କା ବିନିମୟରେ ଓଡିଶାର ୧୬୩.୧୮୦ କିମି ଉପକୁଳ ରାଜମାର୍ଗ ନିର୍ମାଣ ହେବ ।
ଏହା ଫଳରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଯାତାୟତ ବବସ୍ଥା ଅଧିକ ସୁଗମ ହେବା ସହିତ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ ।
ଏହି ଉପକୁଳ ରାଜମାର୍ଗ ନିର୍ମାଣ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିବ ।
ଓଡିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ପାଇଁ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।