ରାଜ୍ୟ ସଭାରେ ବିଜେପିର କଳେବର ବୃଦ୍ଧି...

Apr 27, 2026 - 22:10
 7
ରାଜ୍ୟ ସଭାରେ ବିଜେପିର କଳେବର ବୃଦ୍ଧି...

ରାଜ୍ୟସଭାରେ ବିଜେପି ସାଂସଦଙ୍କ ମୋଟ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। 

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଉଚ୍ଚ ସଦନର ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ ଆମ ଆଦମୀ ପାର୍ଟିର (AAP) ୭ ଜଣ ଦଳବଦଳକାରୀ ସାଂସଦଙ୍କ ମିଶ୍ରଣକୁ ଅନୁମୋଦନ କରିଛନ୍ତି।

ଏହି ସାଂସଦମାନଙ୍କ ମଧ୍ୟରେ ରାଘବ ଚଢ଼ା, ଡକ୍ଟର ଅଶୋକ କୁମାର ମିତ୍ତଲ, ସନ୍ଦୀପ ପାଠକ, ସ୍ୱାତୀ ମାଲିୱାଲ ଏବଂ ହରଭଜନ ସିଂ ସାମିଲ ଅଛନ୍ତି।

ଏହି ମିଶ୍ରଣ ପରେ ଉଚ୍ଚ ସଦନରେ ଆମ ଆଦମୀ ପାର୍ଟିର ସାଂସଦଙ୍କ ସଂଖ୍ୟା ମାତ୍ର ୩କୁ ହ୍ରାସ ପାଇଛି।

ଶ୍ରୀ ରିଜିଜୁ ଏହି ସାଂସଦମାନଙ୍କୁ ବିଜେପିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଗଠନରେ ନିଜର ଅବସ୍ଥିତିକୁ ଜାହିର କରୁଛନ୍ତି |