ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣା...
ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣା...
ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ଇସିଆଇର ନିଦେ୍ର୍ଦଶ..
ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣାରେ ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ଇସିଆଇ ନିଦେ୍ର୍ଦଶ ଦେଇଛନ୍ତି ।
ଭାରତର ନିର୍ବାଚନ ଆୟୋଗ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଔପଚାରିକ ଭାବେ ଜଣାଇଛନ୍ତି ଯେ, ବିଜେଡି ପ୍ରତିନିଧିମଣ୍ଡଳୀଙ୍କୁ ଶୀଘ୍ର ସମୟ ଦିଆଯିବ ।
ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଦେଇଥିବା ଏକ ସ୍ମାରକପତ୍ର ପ୍ରସଙ୍ଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ତାଙ୍କ ସ୍ମାରକପତ୍ରରେ ଡ. ପାତ୍ର, ବିଧାୟିକା ଉପାସନା ମହାପାତ୍ର ଓ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ହୋଇଥିବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଘଟଣା ନିର୍ବାଚନୀ ପ୍ରକ୍ରିୟା ଓ ମତଦାନର ପବିତ୍ରତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।
ଇସିଆଇ ପକ୍ଷରୁ ଜାରି ହୋଇଥିବା ଏହି ଯୋଗାଯୋଗ, ଯାହା ଅଣ୍ଡର ସେକ୍ରେଟାରୀ ରାଜେଶ କୁମାର ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ, ସେଥିରେ ବିଜେଡି ପ୍ରତିନିଧିମଣ୍ଡଳୀଙ୍କ ଅଭିଯୋଗକୁ ପ୍ରାଥମିକତାର ସହିତ ଶୁଣିବାକୁ ଉଲ୍ଲେଖ ରହିଛି । ଏହି ଦ୍ରୁତ ଓ ଦାୟିତ୍ୱଶୀଳ ପଦକ୍ଷେପ ପାଇଁ ବିଜେଡି ଆୟୋଗଙ୍କୁ କୃତଜ୍ଞତା ଜଣାଇଛି, ଯାହା ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ପ୍ରତି ଆସ୍ଥାକୁ ଶକ୍ତିଶାଳୀ କରେ ।
ଦଳ ପୁନରୁକ୍ତି କରିଛି ଯେ ନିର୍ବାଚନୀ ପ୍ରକ୍ରିୟାରେ ପାରଦର୍ଶିତା, ନ୍ୟାୟସଙ୍ଗତତା ଓ ଦାୟିତ୍ୱବୋଧ ନିଶ୍ଚିତ କରିବା ପାଇଁ ସେମାନେ ପ୍ରତିବଦ୍ଧ ।
ବିଜେଡି ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ସମ୍ୱନ୍ଧିତ ତଥ୍ୟ ଓ ଚିନ୍ତାବିଷୟ ପ୍ରସ୍ତୁତ କରିବେ ଓ ଏହି ବିଷୟରେ ଯଥୋଚିତ ସ୍ପଷ୍ଟୀକରଣ ଓ କାର୍ଯ୍ୟାନୁଷ୍ଠାନ ଦାବି କରିବେ ।
ବିଜୁ ଜନତା ଦଳ ଦ୍ୱିତୀୟ ବାଲଟ ପେପର ଜାରି ସମ୍ପର୍କିତ ସମ୍ପ୍ରତି ନିର୍ବାଚନୀ ବିଷୟରେ ଦଳ ଉଠାଇଥିବା ଚିନ୍ତାକୁ ଗୁରୁତ୍ୱ ଦେଇଥିବା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ପର ପ୍ରତିକ୍ରିୟାକୁ ସ୍ୱାଗତ କରୁଛି ।
ଓଡ଼ିଶାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଓ ନିର୍ବାଚନର ସଂପୂର୍ଣ୍ଣତାକୁ ଅବିକୃତ ରଖିବା ପାଇଁ ବିଜୁ ଜନତା ଦଳ ସଦା ସଚେତନ ଓ ପ୍ରତିବଦ୍ଧ ରହିଛି ।