ଶିଶୁ ବାଟିକା ପିଲାମାନଙ୍କ ସମେତ ପାଇବେ ମାଗଣା ପୋଷାକ...
ଶିଶୁ ବାଟିକା ପିଲାମାନଙ୍କ ସମେତ ପାଇବେ ମାଗଣା ପୋଷାକ...
ଭୁବନେଶ୍ବର: ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ
ଅଧୂକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ନ ପଦକ୍ଷେପ । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ ।
ଓସେପା ଅତିରିକୁ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ ।
ୟୁନିଫର୍ମ ବଣ୍ଟନ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସ୍କୁଲ ପରିଚାଳନା କମିଟିକୁ ଦାୟିତ୍ଵ ମିଳିଛି । ଏହି କାମ ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । କେବଳ ସେତିକି ନୁହେଁ, ପୋଷାକର ରଙ୍ଗ, ଲୋଗୋକୁ ଦୃଷ୍ଟି ଦେବାକୁ ପଡିବ । ଯେପରିକି ସେଥ୍ରେ ତ୍ରୁଟି ନ ରୁହେ ସେପ୍ରତି ଯନୂବାନ ହେବାକୁ ଓସେପା ଜିଲ୍ଲା ଶିକ୍ଷାଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।