ଶ୍ରଦ୍ଧାଞ୍ଜଳୀ ସମର୍ପଣ କାର୍ଯ୍ୟକ୍ରମ...
ବିଶିଷ୍ଟ ସମାଜସେବୀ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସେବକ କୃଷ୍ଣ ଚନ୍ଦ୍ର ବଟୁ ଙ୍କୁ ଗଭୀର ଶ୍ରଦ୍ଧାଂଜଳି
ଭୁବନେଶ୍ୱର - ବିଶିଷ୍ଟ ସମାଜସେବୀ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସେବକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ବଟୁ ଙ୍କ ପୁଣ୍ୟ ଦ୍ୱାଦଶତିଥି ଉପଲକ୍ଷେ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଓ ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି।
ବିଶିଷ୍ଟ ସ୍ତମ୍ଭକାର, ବରିଷ୍ଠ ସାମ୍ୱାଦିକ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି ତଥା ପତ୍ରିକା ଏଡ଼ିଟର ଇଂଜିନିୟର ଜିତେନ କୁମାର ରାଉତରାୟ, ବିଶିଷ୍ଟ ସମାଜସେବୀ ତଥା ସ୍ଥାନୀୟ କର୍ପୋରେଟର ଶ୍ରୀ ବାବୁଲି ସମର୍ଥା, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ଯୁଗ୍ମ ସମ୍ପାଦକ ଶ୍ରୀ କାଶୀନାଥ ମାହାପାତ୍ର , ସମାଜସେବୀ ଶ୍ରୀ ନୀଳମଣୀ ଭାଇ, ଵିଶିଷ୍ଟ ସଙ୍ଗଠକ ଶ୍ରୀ ଗୋପାଳ ବଟୁ, ସ୍ବର୍ଗତ କୃଷ୍ଣ ଚନ୍ଦ୍ର ବଟୁ ଙ୍କ ସୁପୁତ୍ର ଶ୍ରୀ ରୁଦ୍ର ନାରାୟଣ ବଟୁ ଓ ସେମାନଙ୍କ ପରିବାର ବନ୍ଧୁ ପରିଜନ ମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇ, ସେହି ଅମର ଅମ୍ଳାନ ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ନିକଟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା