ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ
ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରଜତ କୁମାର ପ୍ରତିହାରୀଙ୍କ ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ। ପରିବାର ଲୋକେ, ସେବାୟତଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ। ଶ୍ରୀଜଗନ୍ନାଥଙ୍କ ଗରାବଡ଼ୁ ଓ ହଡ଼ପନାୟକ ସେବା ସେ ଯୋଗାଉଥିଲେ। ରଜତ ପ୍ରତିହାରୀଙ୍କର ତେଲେଙ୍ଗା ପଣ୍ଡା ଭାବରେ ଥିଲା ସୁଖ୍ୟାତି।