ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

Nov 12, 2025 - 09:06
 11
ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ବିଶ୍ବରେ ଏକ ବଡ଼ ଜନସ୍ବାସ୍ଥ୍ୟ ସମସ୍ୟା ହୋଇଛି। ତେଣୁ, ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରହ୍ମପୁର ବିଶ୍ବବିଦ୍ୟାଳୟଠାରେ ସୋମବାର ଦିନ ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜନସ୍ବାସ୍ଥ୍ୟ ଓ ସୂଚନା ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ଯୋଗଦେଇ ଷ୍ଟ୍ରୋକର କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ବାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଜନସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ଶତାଧୂକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର

ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ଯକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ମଧ୍ୟ ଗୁରୁତ୍ବ ଦେଇଥିଲେ। ଏହି ଅବସରରେ ‘ଷ୍ଟ୍ରୋକ୍‌ମୁକ୍ତ ଜୀବନ' ଶୀର୍ଷକରେ ଏକ ସୂଚନା ପୁସ୍ତିକା ଲୋର୍କାପଣ କରାଯିବା ସହ ବ୍ରେନ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ସେବା ଯନ୍ତ୍ର ଉପରେ ଆଧାରିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ‘ଡିଜିଟାଲ ପୋଷ୍ଟର ମେକିଙ୍ଗ୍ ପ୍ରତିଯୋଗିତାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପୋଷ୍ଟରକୁ ପ୍ରଦର୍ଶନ କରାଯିବା ସହ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥ୍, ଛାତ୍ରଛାତ୍ରୀ ଏକ ସ୍ବରରେ ଷ୍ଟ୍ରୋକ୍ ସଚେତନତା ଉପରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ଯକ୍ଷା ପ୍ରଣତି ପରିଡ଼ା ଯୋଗଦେଇଥିଲେ। ଓଡ଼ିଶାଲାଇଭ୍ ପକ୍ଷରୁ ଅମିତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ସ୍ବାସ୍ଥ୍ୟପ୍ଲସ ପକ୍ଷରୁ ସୁଶ୍ରୀସ୍ମିତା ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସୀତାଂଶୁ ଶେଖର ସୂତାର, ପ୍ରିୟଙ୍କା ସୁଚରିତା, ସ୍ମୃତିରେଖା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥଲେ।

ଏହି ଅଭିଯାନରେ ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏକାଡେମିକ ପାର୍ଟନର୍ ରହିଥ‌ିବା ବେଳେ ଉତ୍କଳ ଚାମ୍ବର ଅଫ୍ କମର୍ସ ଏବଂ ଟାଇ ଭୁବନେଶ୍ବର ଇକୋ ସିଷ୍ଟମ ପାର୍ଟନର୍ସ ଭାବେ ଯୋଡ଼ି ହୋଇଥିଲେ। ସେହିପରି ରେଡିଓ ପାର୍ଟନର୍‌ ଭାବେ ରେଡିଓ ଭୁବନେଶ୍ବର ଯୋଡ଼ି ହୋଇଥୂଲା।

ପକ୍ଷରୁ ଗତ ତିନିବର୍ଷ ଧରି ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ଲାଗି ଚଳିତବର୍ଷ ଆମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନି ଠିକଣା ସମୟରେ ଉଚିତ ପଦକ୍ଷେପ ନେଇପାରିଲେ ଆଗାମୀ ଦିନରେ ସେମାନେ ବାସ୍ତବରେ ଷ୍ଟ୍ରୋକ୍ ଯୋଦ୍ଧା ହୋଇପାରିବେ,” କହିଛନ୍ତି ‘ଷ୍ଟ୍ରୋକ୍-ମୁକ୍ତ ଜୀବନ ଅଭିଯାନ'ର ଅଧ୍ୟକ୍ଷ ନୀଳାମ୍ବର ରଥ। କାର୍ଯ୍ୟକ୍ରମରେ ବିଶିଷ୍ଟ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ମିଶ୍ର ଯୋଗଦେଇ ଷ୍ଟ୍ରୋକ୍ ମୁକାବିଲାର ବିଭିନ୍ନ ଦିଗ ବିଷୟରେ କହିଥିଲେ। ସେହିପରି ଷ୍ଟ୍ରୋକ ମୁକାବିଲାରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉପରେ