ଓଡିଶା ସାମାଜିକ କର୍ମୀ ସମ୍ମେଳନ ଏବଂ "ଓଡିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା...

Feb 8, 2026 - 09:30
 3
ଓଡିଶା ସାମାଜିକ କର୍ମୀ ସମ୍ମେଳନ ଏବଂ "ଓଡିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ  ଆଲୋଚନା...

ଓଡିଶା ସାମାଜିକ କର୍ମୀ ସମ୍ମେଳନ ଏବଂ "ଓଡିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା...

ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ ର ଶାଣିତ ସ୍ୱର ହେବ- ବିକଳ୍ପ ସଂଗଠନ

ବର୍ତମାନ ରାଜ୍ୟରେ ପ୍ରଶାସନିକ ଅରାଜକତା, ସାମାଜିକ ସ୍ଥାଣୁତା, ରାଜନୈତିକ ଅପାରଗତା ଯୋଗୁଁ ଏକ ବିରାଟ ସରକାର ବିରୋଧୀ ଜନମତ ସୃଷ୍ଟି ହୋଇଛି l 

ଦୀର୍ଘ 24 ବର୍ଷର ବିଜେଡି ସରକାରକୁ ପରିବର୍ତନ କରି ଲୋକେ ବିଜେପିକୁ ଭୋଟ ଦେଇ ସରକାରକୁ ଆଣିଥିଲେ l ହେଲେ ଅର୍ଥନୈତିକ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଅପରିଣାମଦର୍ଶୀ ନିଷ୍ପତି ରାଜ୍ୟବାସୀଙ୍କ ଉପରେ ଭlରି ପଡି ଚାଲିଛି l 

ପରିସ୍ଥିତି ଏପରି ଜଟିଳ ହୋଇପଡିଛି ଯେ ଜନସାଧାରଣ ସନ୍ଦିହାନ ଅବସ୍ଥାରେ l 

ପ୍ରାୟତଃ ସାରା ରାଜ୍ୟରେ ସରକାର ଙ୍କ ଦାୟିତ୍ୱ ହୀନତା ପାଇଁ ଗଳି କନ୍ଧିରେ ଏକ ସ୍ୱତନ୍ତ୍ର ରାଜନୈତିକ ବିକଳ୍ପ ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି l 

ସରକାର ଗଠନର ଦୁଇ ବର୍ଷ ବି ହୋଇନି କାହିଁକି ଏଭାଳି ଏକ ପରିସ୍ଥିତି ସୃଷ୍ଟି ହେଲା ଓ ରାଜ୍ୟରେ ଏକ ରାଜନୈତିକ ବିକଳ୍ପର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ଆଲୋଚନା ପାଇଁ ଆମ ଜନତା ଅଧିକାର ନିଷ୍ପତି ନେଇଥିଲା 

ଏହି ପରିସ୍ଥିତିରେ ଆଜି ସାରା ରାଜ୍ୟର କୋଣ ଅନୁ କୋଣରୁ ସାମାଜିକ କର୍ମୀ ଏକତ୍ରିତ ହୋଇ ବିଷଦ ଆଲୋଚନା ସହ ସମାଧାନ ସୂତ୍ର ବାହାର କରିବାକୁ ମାନସ ମନ୍ଥନ କରିଛନ୍ତି l 

ଆମ ଜନତା ଅଧିକାର ଏବଂ ଓଡିଶା ସାମାଜିକ ସଂଗଠନ ସମୂହର ଉଦ୍ୟମରେ ଅନୁଷ୍ଠିତ ଏହି ସମ୍ମେଳନରେ ଦିନ ତମାମ ସମସ୍ୟା, ଆହ୍ୱାନ ଓ ସମ୍ଭାବନା ଉପରେ ବିସ୍ତୃତ ଚର୍ଚ୍ଚା,ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା l  

ଆମ ଜନତା ଅଧିକାରର ଆବାହକ ମନୋଜ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଆବାହକ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ, ସୂଚନା ଅଧିକାର ଅଭିଯାନ ଅଧକ୍ଷ ପ୍ରଦୀପ ପ୍ରଧାନ ଲକ୍ଷ ଅଭିମୁଖ୍ୟ ବିଷୟରେ କହିଥିଲେ l 

ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଆଲୋଚନା ସଭାର ନିର୍ଯାସ ଉପରେ ବକ୍ତବ୍ୟ ରଖିଥିଲେ 

ପୂର୍ବତନ ବାରବାଟୀ କଟକ ବିଧାୟକ ମହମଦ ମୋକିମ କହିଥିଲେ ମୁ ଓଡ଼ିଆ ଝିଅଙ୍କୁ ରାଷ୍ଟ୍ରପତି ପାଇଁ ସମର୍ଥନ ଦେଇଛି l ଓଡିଆ ଏବଂ ଓଡିଶାର ବିକାଶ ଓ ସ୍ୱାର୍ଥର ସୁରକ୍ଷା ପାଇଁ ମୁ ପ୍ରତିଶୃତି ବଦ୍ଧ l ନିର୍ଭିକ, ସାହସୀ, ପ୍ରଗତିଶୀଳ ଚିନ୍ତାଧାରା ଓ ସକାରାତ୍ମକ ମନୋଭାବ ଥିବା ସମଭାବାପର୍ଣ ବ୍ୟକ୍ତି ମିଶି ଓଡିଶା ର ସାମଗ୍ରିକ ବିକାଶ କ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟ କଲେ ଲୋକ ଙ୍କ ବିଶ୍ୱାସ ଭାଜନ ହେବେ l ସେହି ସଂଗଠନ ମଧ୍ୟ ଏକ ଦୃଢ଼ ରାଜନୈତିକ ବିକଳ୍ପ ହୋଇ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା, ଭରସା ନେଇ ଦୃଢ଼ୀଭୂତ ହୋଇ ତାଙ୍କ ଆଶୀର୍ବାଦରେ ତାଙ୍କର ସମସ୍ତ ଜିଜ୍ଞାସା ପୂରଣ କରିବାରେ ସକ୍ଷମ ହୋଇ ପାରିବ l   

ବରିଷ୍ଠ ସାମ୍ବାଦିକ ରବି ଦାସ ରାଜନୈତିକ ବିକଳ୍ପ ସାଧାରଣ ଲୋକଙ୍କ ଶାଣିତ ସ୍ୱର ହେଲେ ଲୋକ ନିଶ୍ଚୟ ଗ୍ରହଣ କରି ତାଙ୍କର ନେତା ଭାବେ ବିବେଚିତ କରିବେ 

????ଅକ୍ଷୟ ସାହୁ କହିଲେ କି ପୂର୍ବରୁ ରାଜ୍ୟରେ ଯେତେ ରାଜନୈତିକ ଦଳ ଗଠନ ହୋଇଛି ସେଗୁଡିକ ଦଳୀୟ କନ୍ଦଳ ଓ ରାଜନୈତିକ ସ୍ୱାର୍ଥ ପାଇଁ ଗଠନ ହୋଇଥିଲା l ବର୍ତମାନ ପରିସ୍ଥିତିରେ ଯଦି ବିକଳ୍ପ ଦଳ ବସ୍ତାବବାଦୀ ହୋଇ ନିଜର ଲକ୍ଷ ଓ ଅଭିମୁକ୍ଷ ରେ ସ୍ପଷ୍ଟତା ଆଣିବ ଲୋକେ ମଧ୍ୟ ଆସ୍ତେ ଆସ୍ତେ ତାକୁ ବିଶ୍ୱାସ କୁ ନେବେ l 

????ସନ୍ଦୀପ ମିଶ୍ର, କହିଥିଲେ କି ଚୁପ ନରହି ସାହସୀ ଭାବେ ସଚୋଟ ଭାବେ ବିଶ୍ୱାସଯୋଗ୍ୟ ହେଲା ଭଳି କାର୍ଯ୍ୟ କଲେ ବିକଳ୍ପ ହେଇ ପାରିବ l ପ୍ରଭୂତ୍ବ ମାନସିକତା ଛାଡି ଉଦ୍ୟମୀ ଏବଂ ଉଦ୍ୟୋଗୀ ମନୋଭାବ ହେଲେ ସବୁ ସମ୍ଭବ l 

????ସୁପ୍ରିୟା ଦାସ କହିଥିଲେ ସମାଜର ଅଧା ଜନସଂଖ୍ୟା ମହିଳାଙ୍କ ବିକାଶ କ୍ଷେତ୍ରରେ ଭାଗିଦାରୀତା ମଧ୍ୟ ରାଜନୈତିକ ବିକଳ୍ପ ପାଇଁ ସ୍ୱତନ୍ତ୍ର ଆହ୍ୱାନ l ନାଗରିକ ସମାଜ ରାଜନୈତିକ ବିକଳ୍ପରେ ଭାଗିଦାର ଏକ ଶୁଭ ସଂକେତ l 

????ଦେବେନ୍ଦ୍ର ପୃଷ୍ଟି କହିଲେ କି ଓଡ଼ିଆ ଲୋକଙ୍କ ହାତରେ ଓଡିଶା ଶାସନର ମଙ୍ଗ ରହିବା ଉଚିତ l 

ଅଣ ଓଡ଼ିଆ କର୍ପୋରେଟଙ୍କ ବିକାଶ ଓଡିଶା ର ବିକାଶ ନୁହେଁ l 

କୃଷି ଓ କୁଟୀର ଶିଳ୍ପ ଓଡ଼ିଆ ଉଦ୍ୟୋଗୀଙ୍କ ବିକାଶରେ ଓଡିଶା ବିକାଶର ନକ୍ସା ବିକଳ୍ପ ସଂଗଠନ କରିବା ଉଚିତ l 

????ଆର୍ଟନୀତି ବିଶାରଦ କୁମର ବର ଦାସ କହିଲେ କି ଖଣି ଖାଦାନ ବିକି ଓଡିଶା ବିକାଶର ରଙ୍ଗୀନ ସ୍ବପ୍ନ ରୁ ବାହାରି ତଥା ଚିରାଚରିତ ବ୍ୟବସ୍ଥାରେ ସଂସ୍କାର ଆଣି ଯଦି ବିକଳ୍ପ ସଂଗଠନ କାର୍ଯ୍ୟ କରିବ ଲୋକଙ୍କ ବିଶ୍ୱାସ ଭlଜନ ହୋଇ ପାରିଲେ ଓଡିଶାର ସାମଗ୍ରିକ ବିକାଶ ଅବସମ୍ଭାବୀ l, 

????ସୁପ୍ରିମକୋର୍ଟ ବରିଷ୍ଠ ଆଇନ ଜୀବି ବିରଜା ପ୍ରସାଦ ମହାପାତ୍ର କହିଲେ କି ରାଜନୈତିକ ଦଳ ଟିକେଟ ଦେଇ ଲୋକଙ୍କ ଉପରେ ନେତୃତ୍ୱ ନଲ ଦି ଲୋକଙ୍କ ଭିତରୁ ନେତୃତ୍ୱ ବିକଳ୍ପ ସଂଗଠନ ବାହାର କରିବା ଦରକାର l  

????ପୂର୍ବତନ ପ୍ରଶାସକ ଜୟନ୍ତ ଦାସ ପ୍ରଶାସନିକ ଉଦାସନା ପାଇଁ ରାଜନୈତିକ ଇଛାଶକ୍ତି ଆବଶ୍ୟକ ବୋଲି କହିଥିଲେ l 

କାର୍ଯ୍ୟକ୍ରମରେ ବିବେକ ପଟ୍ଟନାୟକ, ପ୍ରବୀର ପ୍ରଧାନ, ବିମଳ ଦାସ, କଳ୍ପନା ସାହୁ, ନରସିଂହ ନାୟକ, ଶ୍ରୀଧର ଦାସ, ଦେବେନ୍ଦ୍ର ବାଗ, ବେବି ନାୟକ, ଶଙ୍କର ପାଣିଗ୍ରାହୀ, ବିକ୍ରମ ବସ୍ତିଆ, ସୁରେଶ ସ୍ୱାଇଁ, ରାଜୀବ ପଟ୍ଟନାୟକ, ଅମିତ ଦାସ, ଶଙ୍କର ବାବୁ, ସିମାଞ୍ଚଳ ପlତ୍ର, ମହେଶ୍ୱର ମହାନ୍ତି, ନିରୂପମା ରଥ, କୁଶ ବେହେରା, ସନ୍ତୋଷ ରାଉତଙ୍କ ଭଳି ଓଡିଶାର ବରିଷ୍ଠ ସାମାଜିକ କର୍ମୀ ବକ୍ତବ୍ୟ ରଖିବା ସହିତ ଓଡିଶା ବିକାଶ ପାଇଁ ସଂକଳ୍ପ ନେଇଥିଲେ l 

ସାମାଜିକ ସଂଗଠନଙ୍କ ସହ ସାରା ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ତିନି ଶହ ରୁ ଉର୍ଦ୍ଧ ସାମାଜିକ କର୍ମୀ ମାନବାଧିକାର କର୍ମୀ, ସୂଚନା ଅଧିକାର କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l