ସମସ୍ତ ଔଷଧ ଉପରେ ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ...

Sep 26, 2025 - 12:47
 30
ସମସ୍ତ ଔଷଧ ଉପରେ ୧୦୦%  ଟାରିଫ ଲଗାଇଲେ ଟ୍ରମ୍ପ...

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାହାର ଦେଶରୁ ଆସୁଥିବା ସମସ୍ତ ବ୍ରାଣ୍ଡେଡ୍ ଓ ପେଟେଣ୍ଟ ଔଷଧ ଉପରେ ୧୦୦% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି, ଯାହା ୨୦୨୫ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ବୋଲି ସେ କହିଛନ୍ତି।  

ଟ୍ରମ୍ପଙ୍କ କହିବା କଥା ଏହି ଟାରିଫରୁ ମୁକ୍ତି ପାଇବା ପାଇଁ କମ୍ପାନୀମାନଙ୍କୁ ଆମେରିକାରେ ଔଷଧ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପଡ଼ିବ, ତାହେଲେ ଟାରିଫ ଛାଡ଼ ମିଳିବ।   

ଏହା ଭାରତୀୟ ଫାର୍ମା କମ୍ପାନୀମାନଙ୍କୁ ବଡ଼ କ୍ଷତି ପହଞ୍ଚାଇବ, କାରଣ ସେମାନେ ପ୍ରାୟ ୩୦ ବିଲିୟନ୍ ଡଲାରର ଔଷଧ ଆମେରିକାକୁ ରପ୍ତାନି କରନ୍ତି; ଏହା ଆମେରିକାରେ ଔଷଧ ମୂଲ୍ୟ ବୃଦ୍ଧି ଓ ଅଭାବ ସୃଷ୍ଟି କରିପାରେ।  

ରୁଷଠାରୁ ତେଲ କିଣୁଥିବାରୁ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଏହି ଟାରିଫ ଲଗାଇଛି । ଫାର୍ମା ସେକ୍ଟର ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼ର ପ୍ରଭାବ ଉଭୟ ଭାରତ, ଆମେରିକା ଉପରେ ପଡିବ। 

ବାହାର ଦେଶର ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିବା ପରେ ଏହାର ପ୍ରଭାବ ବଜାର ଉପରେ ପଡ଼ିଛି । 

ଅକ୍ଟୋବର ୧ ତାରିଖରୁ ସମସ୍ତ ପ୍ରକାର ବ୍ରାଣ୍ଡେଡ୍ ଓ ପେଟେଣ୍ଟ ମେଡିସିନ ଉପରେ ଏହା ଲାଗୁ ହେବ। 

ଟ୍ରମ୍ପ କହିଛନ୍ତି, ଆମେରିକାରରେ ଶିଳ୍ପ ବସାଇ ମେଡିସିନ ପ୍ରସ୍ତୁତ କଲେ ଏହି ଟାରିଫରୁ ମୁକ୍ତି ମିଳିବ। ନ ହେଲେ ୧୦୦ ପ୍ରତିଶତ ଟାରିଫ ହେବାକୁ ପ୍ରସ୍ତୁତ ରୁହ। 

ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଫଳରେ ଅସୁବିଧାରେ ପଡ଼ିବେ ଭାରତୀୟ ଫାର୍ମା କମ୍ପାନୀ। କାରଣ ହଜାର ହଜାର କୋଟି ଟଙ୍କାର ମେଡିସିନ ଆମେରିକାକୁ ରପ୍ତାନୀ କରୁଛନ୍ତି ଭାରତୀୟ କମ୍ପାନୀ। 

କେବଳ ଯେ, ବାହାର ଦେଶ ଅସୁବିଧାରେ ପଡ଼ିବେ ତାହା ନୁହେଁ, ନିଜେ ଆମେରିକାର ଲୋକେ ବି ଅସୁବିଧାରେ ପଡ଼ିବେ। କାରଣ ଅଧିକ ଦାମରେ ମେଡିସିନ କିଣିବାକୁ ସେମାନେ ବାଧ୍ୟ ହେବେ। ଏହା ଦ୍ଵାରା ଦରଦାମ ବଢ଼ିବ। ପୁରା ଅର୍ଥନୀତି ପ୍ରଭାବିତ ହେବ।  

ମେଡିସିନ ସହିତ ରୋଷେଇ ଘର ସାମଗ୍ରୀ ଏବଂ ବାଥରୁମ୍ ଭ୍ୟାନିଟି ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଟ୍ରମ୍ପ ।