ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଓଡ଼ିଶାର ଭିତିଭୂମି ବିକାଶ ପାଇଁ ଚେଷ୍ଟା...
ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଓଡ଼ିଶାର ଭିତିଭୂମି ବିକାଶ ପାଇଁ ଚେଷ୍ଟା...
କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ୱାରା ₹୮,୩୦୦ କୋଟିର ଉପକୂଳ ମହାପଥ (ରମେଶ୍ୱର-ପାରାଦୀପ) ମଞ୍ଜୁରୀକୁ ସ୍ୱାଗତ କଲେ
ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ; ସୁନପୁରରୁ ବାଲୁଗାଁ ପ୍ୟାଚ୍ର ବିଳମ୍ବକୁ ଦୂର କରି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ।
ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ (CCEA) ଦ୍ୱାରା ମଞ୍ଜୁର ହୋଇଥିବା ₹୮,୩୦୦.୭୯ କୋଟି ବ୍ୟୟବରାଦର ୧୬୦ କିଲୋମିଟର ବିଶିଷ୍ଟ ରମେଶ୍ୱର (ଖୋର୍ଦ୍ଧା) - ପାରାଦୀପ (ଜଗତସିଂହପୁର) ଉପକୂଳ ମହାପଥ (Coastal Highway) ପ୍ରକଳ୍ପକୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ କରିଛନ୍ତି।
ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, କେନ୍ଦ୍ର ସଡ଼କ ପରିବହନ ଓ ମହାପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।
ଏହି ଅବସରରେ ସାଂସଦ ଡଃ ପାଣିଗ୍ରାହୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି, ଦୀର୍ଘ ଦିନରୁ ବିଳମ୍ବିତ ହୋଇ ପଡ଼ିରହିଥିବା ଏବଂ ଓଡ଼ିଶାର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ *ସୁନପୁର (ଗଞ୍ଜାମ) ରୁ ବାଲୁଗାଁ (ଚିଲିକା)* ସଂଯୋଗୀକରଣ ଉପକୂଳ ମହାପଥ ପ୍ୟାଚ୍କୁ ତୁରନ୍ତ ଅନୁମୋଦନ ଏବଂ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।
????ଓଡ଼ିଶାର ଅର୍ଥନୈତିକ ରୂପାନ୍ତରଣ:
ସାଂସଦ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ରମେଶ୍ୱର-ପାରାଦୀପ ମହାପଥ ‘ପିଏମ୍ ଗତିଶକ୍ତି’ (PM GatiShakti) ସିଦ୍ଧାନ୍ତ ଆଧାରରେ ଯାତ୍ରା ସମୟକୁ ୫.୫ ଘଣ୍ଟାରୁ କମାଇ ମାତ୍ର ୨.୫ ଘଣ୍ଟା କରିଦେବ।
ଏହା ଦ୍ୱାରା ବିଶେଷ ଅର୍ଥନୈତିକ କ୍ଷେତ୍ର (SEZ), ମେଗା ଫୁଡ୍ ପାର୍କ, ଫାର୍ମା କ୍ଲଷ୍ଟର ଏବଂ ପାରାଦୀପ ବନ୍ଦର ସହ ସଂଯୋଗୀକରଣ ସୁଦୃଢ଼ ହେବ। ଏହି ପ୍ରକଳ୍ପ ଓଡ଼ିଶାର ଉପକୂଳ ଅର୍ଥନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯେଉଁ ଆଶା ପ୍ରକାଶ କରିଛନ୍ତି, ତାହା ପ୍ରଶଂସନୀୟ।
????ସୁନପୁର-ବାଲୁଗାଁ ପ୍ୟାଚ୍ କୁ ତୁରନ୍ତ ତ୍ୱରାନ୍ୱିତ କରିବାକୁ ଦାବି:
ସାଂସଦ ଡଃ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ସମଗ୍ର ଉପକୂଳ ରାଜପଥର ବ୍ଲୁ-ପ୍ରିଣ୍ଟ ମଧ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ସୁନପୁର-ବାଲୁଗା ଅଂଶଟି ବ୍ୟୁରୋକ୍ରାଟିକ୍ ଏବଂ ଆଲାଇନ୍ମେଣ୍ଟ ଜଟିଳତା ଯୋଗୁଁ ଦୀର୍ଘ ଦିନ ହେବ ବିଳମ୍ବିତ ହୋଇ ରହିଛି।
ଏହି ପ୍ୟାଚ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି:
????ସାମୁଦ୍ରିକ ବ୍ୟବସାୟ ଓ ମତ୍ସ୍ୟଜୀବୀଙ୍କ ବିକାଶ: ସୁନପୁର-ବାଲୁଗାଁ ରାସ୍ତା ସଂଯୋଗ ହେଲେ ଗଞ୍ଜାମ ଜିଲ୍ଲାର ବୃହତ ମତ୍ସ୍ୟଜୀବୀ କ୍ଲଷ୍ଟର ଏବଂ ସାମୁଦ୍ରିକ ଉତ୍ପାଦ ବିଶ୍ୱ ବଜାରରେ ସହଜରେ ପହଞ୍ଚିପାରିବ।
????ଗୋପାଳପୁର ବନ୍ଦର ଏବଂ ଶିଳ୍ପ ସଂଯୋଗ:
ଏହି ଅଂଶଟି ଗୋପାଳପୁର ବନ୍ଦର ଏବଂ ବ୍ରହ୍ମପୁର ଆଖପାଖ ଶିଳ୍ପାଞ୍ଚଳ ପାଇଁ ଏକ ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ, ଯାହା ଜାତୀୟ ରାଜପଥ-୧୬ (NH-16) ର ଟ୍ରାଫିକ୍ ଭାରକୁ ହ୍ରାସ କରିବ।
????ବିଶ୍ୱସ୍ତରୀୟ ପର୍ଯ୍ୟଟନର ବିକାଶ:
ଆନ୍ତର୍ଜାତୀୟ ସ୍ତରରେ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପ୍ରାପ୍ତ ସୁନପୁର ବେଳାଭୂମି, ଗୋପାଳପୁର ବେଳାଭୂମି ଏବଂ ଏସିଆର ସର୍ବବୃହତ ଚିଲିକା ହ୍ରଦର ପର୍ଯ୍ୟଟନକୁ ଏହା ପୁରୀ ସହିତ ସିଧାସଳଖ ଯୋଡ଼ିବ।
????ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା:
ପ୍ରାକୃତିକ ବାତ୍ୟା ପ୍ରବଣ ଗଞ୍ଜାମ ଉପକୂଳ ଅଞ୍ଚଳରେ ଜରୁରୀକାଳୀନ ସ୍ଥାନାନ୍ତରଣ ଏବଂ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଏହି ବିକଳ୍ପ ସଡ଼କ ଏକ ସୁରକ୍ଷା କବଚ ସାଜିବ।
ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ (MoRTH) ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI) କୁ ତୁରନ୍ତ ଏହି ବିଳମ୍ବିତ ସୁନପୁର-ବାଲୁଗାଁ ପ୍ୟାଚ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବା ସହ ଏହାକୁ ଉପକୂଳ ମହାପଥ ପ୍ରକଳ୍ପ ସହିତ ସାମିଲ କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।
ଏହି ପତ୍ରର ନକଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ସଚିବ, NHAI ଅଧ୍ୟକ୍ଷ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।