ସାଧାରଣତନ୍ତ୍ର ଦିବସ ଅବସରରେ ଲୋକଭବନରେ ଆଟ୍-ହୋମ୍ ଅନୁଷ୍ଠିତ
ସାଧାରଣତନ୍ତ୍ର ଦିବସ ଅବସରରେ ଲୋକଭବନରେ ଆଟ୍-ହୋମ୍ ଅନୁଷ୍ଠିତ
ଭୁବନେଶ୍ୱର, ତା ୨୭/୦୧/୨୦୨୬- ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ତା୨୬.୦୧.୨୦୨୬ରିଖ ଅପରାହ୍ନରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାର୍ଟିଙ୍କ ସୌଜନ୍ୟରେ ରାଜଭବନଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ ଶ୍ରୀ ହରିଶ ଟଣ୍ଡନ, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏତଦ୍ବ୍ୟତୀତ ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି, ମାନ୍ୟବର ବିଧାୟକ, ସ୍ବାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ବିଜେତା, ରାଜନୈତିକ ଦଳର କର୍ମକର୍ଷ | ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍, ସାରସ୍ଵତ ସ୍ରଷ୍ଟା, କଳାକାର, ବିଶିଷ୍ଟ ବ୍ୟକ୍ତି ବିଶେଷ, ସରକାରଙ୍କ ବିଭିନ୍ନ ଯୋଜନାର ହିତାଧୁକାରୀ ଓ ଗଣମାଧ୍ୟମର ପ୍ରତିନିଧ୍ ପ୍ରମୁଖ ଆଟ୍-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମପାଟି ବିଭିନ୍ନ ବର୍ଗର ଅତିଥୁମାନଙ୍କ ସହିତ ଭାବବିନିମୟ କରିଥିଲେ।