ସାବଧାନ ! ଏହି ସବୁ ଜିଲ୍ଲାରେ ପ୍ରବଳ କାଚିବ .
ସାବଧାନ ! ଏହି ସବୁ ଜିଲ୍ଲାରେ ପ୍ରବଳ କାଚିବ
ଭୟ ବଢ଼ାଇଲା ଲଘୁଚାପ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ. ପଛକୁ ଆସୁଛି ଆଉ ଏକ ଲଘୁଚାପ. ନିର୍ଦ୍ଧୁମ କାଚିବ. ଲଘୁଚାପ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଭୀଷଣ ବର୍ଷା. ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି. ଆସନ୍ତାକାଲି ଯାଏଁ ଏହି ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ,ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି. ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ. ସେହିପରି ଜୁଲାଇ ୧୫ ତାରିଖ ପାଇଁ ମଧ୍ୟ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର. ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି. ଏହି ଦୁଇଟି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ବହିପାରେ. ଅନ୍ୟପଟେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଭଳି ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ିର ସମ୍ଭାବନା ରହିଛି. ଯଦି ଦେଖିବା, ରାଜ୍ୟର ୫ଟି ଜିଲ୍ଲା ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝରରେ ଲାଗି ରହିଛି ବର୍ଷା. ଫଳରେ ଏହାକୁ ନେଇ ଲୋକଙ୍କ ଭିତରେ ଭୟ ବଢିଛି. ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ନଥିବା ବେଳେ ପୁଣି ଏକ ବଡ଼ ବର୍ଷା ଚିନ୍ତା ବଢିଛି. ଆଉ ବର୍ଷା ବଢ଼ିଲେ ବନ୍ୟା ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ତଳିଆ ଅଞ୍ଚଳର ଲୋକାଙ୍କୁ ସାବଧାନ ହୋଇ ରହିବାକୁ ପରାମର୍ଶ ଦିଆଯାଇଛି.
ସେପଟେ, ବର୍ଷା ବନ୍ୟା ସହ କାଳ ସାଜୁଛି ବଜ୍ରପାତ. ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୫ ଜଣଙ୍କ ଜୀବନ ଯାଇଛି । ଯାଜପୁର, ସମ୍ୱଲପୁର, ଭଦ୍ରକ, ଜଗତସିଂହପୁର ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।