ଲୋୟର ପିଏମଜୀ ପାଲଟିଲା ରଣକ୍ଷେତ୍ର .

Mar 27, 2025 - 18:03
 13
ଲୋୟର ପିଏମଜୀ ପାଲଟିଲା ରଣକ୍ଷେତ୍ର .

ଲୋୟର ପିଏମଜୀ ରେ କଂଗ୍ରେସ ପକ୍ଷରୁ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ସରକାର ଙ୍କୁ ଘେରୁଥିବା କଂଗ୍ରେସ କର୍ମୀ ବ୍ୟାରିକେଡ଼ ଭାଙ୍ଗି ବିଧାନସଭା ଅଭିମୁଖେ ଯିବା ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହେବାପରେ କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହିତ ପଥର ଅଣ୍ଡା ମାଡ କରିଥିଲେ. ପୋଲିସ ଓ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଶେଷରେ ପୋଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ସହିତ ପାଣି ମାଡ଼ କରିବାକୁ ବାଧ୍ୟ ହୋଇଥିଲା. ଏପରିକି କଂଗ୍ରେସ କର୍ମୀ ମାନେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଇ ନଥିଲେ . ଏହି ଧସ୍ତାଧସ୍ତି ଭିତରେ କିଛି କଂଗ୍ରେସ କର୍ମୀ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଥିବା ଖବର ମିଳୁଛି.