ସିରିଜ ଦୁର୍ଘଟଣା : ଚାଲିଗଲା ଜଣଙ୍କର ଜୀବନ
ଭଦ୍ରକ : ଆଜି ସକାଳୁ ସକାଳୁ ଘଟିଛି ଭୟଙ୍କର ଦୁର୍ଘଟଣା । ଯାହାଫଳରେ ଚାଲିଯାଇଛି ଜଣଙ୍କର ଜୀବନ । ସୂଚନା ଅନୁସାରେ, ଆଜି ସକାଳୁ ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଥମେ ଗୋଟେ ତେଲ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଗୋଟେ ଟ୍ରଲରକୁ ଧକ୍କା ଦେଇଥିଲା । ଟ୍ରଲରଟି ଗୋଟେ କାରକୁ ଧକ୍କା ଦେଇ ରାସ୍ତା କଡରେ ଥିବା ଇଟା ଫ୍ୟାକ୍ଟ୍ରି ଭିତରେ ପଶିଯାଇଥିଲା । ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଜଣେ ବାଇକ ଚାଳକଙ୍କ ଉପରେ କାରଟି ମାଡିଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।