ସୋମନାଥ ସ୍ବାଭିମାନ ପର୍ବ – ୧୦୦୦ ବର୍ଷ (୧୦୨୬-୨୦୨୬)ର ଏକ ଅତୁଟ ଆସ୍ଥା

Jan 4, 2026 - 22:21
 4
ସୋମନାଥ ସ୍ବାଭିମାନ ପର୍ବ – ୧୦୦୦ ବର୍ଷ (୧୦୨୬-୨୦୨୬)ର ଏକ ଅତୁଟ ଆସ୍ଥା

ସୋମନାଥ ସ୍ବାଭିମାନ ପର୍ବ – ୧୦୦୦ ବର୍ଷ (୧୦୨୬-୨୦୨୬)ର ଏକ ଅତୁଟ ଆସ୍ଥା

ସୋମନାଥ... ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ । ଏହା ହେଉଛି ଭାରତର ଆତ୍ମାର ଶାଶ୍ବତ ଆହ୍ବାନ । ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ । ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମରେ ସାରା ଭାରତରେ ଥ‌ିବା ୧୨ଗୋଟି ଜ୍ୟୋତିର୍ଲିଙ୍ଗଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ସ୍ତୋତ୍ର ଏପରି ଭାବରେ ଆରମ୍ଭ: ‘ସୌରାଷ୍ଟ୍ର ସୋମନାଥ ଚ...' ଯାହା ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବରେ ସୋମନାଥଙ୍କୁ ଆମ ସଭ୍ୟତା ତଥା ଆଧ୍ୟାତ୍ମିକ ସଂକେତ ଭାବରେ ଉପସ୍ଥାପନ କରେ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି:

ସୋମଲିଙ୍ଗ ନରୋ ଦୃଷ୍ଟା ସର୍ବପାପୈ ପ୍ରମୁଚ୍ୟତେ ।

ଲଭତେ ଫଳଂ ମନୋବାଞ୍ଚିତଂ ମୃତଃ ସ୍ବର୍ଗ ସମାଶ୍ରୟେତ୍ । ।

ଏହାର ଅର୍ଥ ହେଉଛି: କେବଳ ସୋମନାଥ ଶିବଲିଙ୍ଗଙ୍କ ଦର୍ଶନ ମାତ୍ରେ ଜଣେ ବ୍ୟକ୍ତି ତା'ର ସକଳ ପାପରୁ ନିଶ୍ଚିତ ରୂପେ ମୁକ୍ତ ହୋଇଥାଏ ଏବଂ ଏଥ୍ ସହିତ ତା'ର ମନର ସକଳ ସକାରାତ୍ମକ କାମନା ପୂର୍ଣ୍ଣ ହେବା ସହିତ ସେ ମୃତ୍ୟୁ ପରେ ସ୍ବର୍ଗଲୋକ ପ୍ରାପ୍ତ ହୋଇଥାଏ ।

କ୍ଷୋଭର କଥା, ଏହି ସୋମନାଥ, ଯାହାଙ୍କୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରିଆସୁଥିଲେ, ଉପାସନା କରିଆସୁଥିଲେ, ତାହାକୁ ବିଦେଶାଗତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ, କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହାକୁ ଧ୍ବଂସ କରିବା, କେବଳ ଏହି ମନ୍ଦିରର ଉପାସନାକୁ ବନ୍ଦ କରିବା ନୁହେଁ ।

ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ବ ବହନ କରେ । ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି । ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆଲ୍କା ଓ ସଭ୍ୟତାର ଏହି ମହାନ ସଂକେତକୁ ଧ୍ବଂସ କରିଦେବାକୁ ଚାହିଁଥିଲେ । ଏଥି ନିମନ୍ତେ ଯେତେ ରକ୍ତପାତ ଓ ବର୍ବର ଆକ୍ରମଣ କରାଯାଇପାରେ, ସେ ତାହା ଆପଣାଇଥିଲେ ।

ତଥାପି, ଏହି ଘଟଣାର ଏକ ହଜାର ବର୍ଷ ପରେ ସୁଦ୍ଧା, ସେହି ମନ୍ଦିର ପୂର୍ବ ଗୌରବର ସହିତ ସେଠାରେ ଦଣ୍ଡାୟମାନ, କାରଣ ସୋମନାଥ ମନ୍ଦିରର ଭବ୍ୟତାକୁ. ବଜାୟ ରଖୁବା ସକାଶେ

ଅତୀତରେ ଅସଂଖ୍ୟ ପୁନଃର୍ଗଠନ ପ୍ରୟାସ କରାଯାଇ ଯାଇଆସିଛି । ଏଭଳି ଏକ ପ୍ରୟାସର ମାଇଲଖୁଣ୍ଟ ୨୦୨୬ ମସିହାରେ ୭୫ ବର୍ଷ ପୂରଣ କରୁଛି । ସେହିଭଳି ପ୍ରୟାସ ୧୯୫୧ ମସିହା ମେ ୧୧ ତାରିଖ ଦିନ ଏକ ଉତ୍ସବରେ ସଂପାଦନ କରାଯାଇ କରାଯାଇଥିଲା ଏବଂ ତାହା ସଂପାଦନ କରାଯାଇଥିଲା ଭାରତର ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ । ସେଦିନ ଏହି ପୁନଃର୍ବିନ୍ୟାସକୃତ ମନ୍ଦିରର ଦ୍ବାରକୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲାଯାଇଥିଲା ।

ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ଘଟିଥିଲା ୧୦୨୬ ଖ୍ରୀଷ୍ଟାବ୍ଦରେ । ସେତେବେଳେ ଏହି ନଗରୀର ଲୋକମାନଙ୍କ ଉପରେ ନିଷ୍ଠୁର ଆକ୍ରମଣ ମଣ କରାଯାଇଥିଲା । ସେତେବେଳେ ଏହି ମନ୍ଦିରକୁ ଯେଉଁଭଳି ବୀଭତ୍ସ ଭାବରେ ଧ୍ବଂସ କରାଯାଇ ଇଥିଲା ତାହାର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ଐତିହାସିକ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି । ଆପଣମା ଶମାନେ ତାହା ପଢ଼ିଲେ, ଛାତି ଥରିଉଠେ । ଏହାର ପ୍ରତ୍ୟେକ ଧାଡ଼ିରେ ଦୁଃଖ, କ୍ରୂରତା ଭରି ରହିଛି ଏବଂ ଏହି ଦୁଃଖ ସମୟ ସହିତ କେବେ ପ୍ରଶମିତ ହୋଇଯାଇନାହିଁ ।

ଆପଣମାନେ କଳ୍ପନା କରି ପାରିବେ ଯେ ଭାରତ ଉପରେ ଏହା କି ପ୍ରକାର ପ୍ରଭାବ ପକାଇଥିଲା ଏବଂ ଲୋକମାନଙ୍କ ଭାବନାକୁ କେତେ ଆଘାତ ଦେଇଥିଲା । କାହିଁକି ନା, ସୋମନାଥ ସେମାନଙ୍କ ପାଇଁ ଅଚିନ୍ଧନୀୟ ଆଧ୍ୟାତ୍ମିକ ଗୁରୁତ୍ବ ବହନ କରେ । ଏହି ତଟ ମଧ୍ୟ ସମାଜକୁ ପର୍ଯ୍ୟାପ୍ତ ଆର୍ଥକ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସୁଥିଲା । ଏହି ସମୁଦ୍ର ଦେଇ ବଣିକମାନେ, ନାବିକମାନେ ଭାରତର ଭବ୍ୟ ଗାଥାକୁ ଦୂର ଦୂରାନ୍ତକୁ ବହନ କରି ନେଉଥିଲେ ।

ତଥାପି, ମୁଁ ଗର୍ବର ସହିତ ଏବଂ ବିନା ଦ୍ବିଧାରେ ଏକଥା କହିବାକୁ ଚାହେଁ ଯେ ସୋମନାଥଙ୍କ ଗାଥା, ଏହା ଉପରେ ବିଦେଶୀ ଲୁଣ୍ଠନକାରୀଙ୍କ ଆକ୍ରମଣର ଏକ ହଜାର ବିତି ସାରିଥିଲେ ସୁଦ୍ଧା, ସେହି ଧ୍ବଂସ ଦ୍ବାରା ସଂଜ୍ଞା ନିରୂପିତ ହୁଏନାହିଁ । ଭାରତ ମାତାଙ୍କ କୋଟି କୋଟି ସନ୍ଧାନଙ୍କ ଅତୁଟ ସାହସ ଦ୍ବାରା ହିଁ ଏହାର ସଂଜ୍ଞା ନିରୂପିତ ।

ଏହି ମଧ୍ୟଯୁଗୀୟ ବର୍ବରତା ଯାହା ଆଜକୁ ହଜାର ବର୍ଷ ପୂର୍ବେ ୧୦୨୬ ଖ୍ରୀଷ୍ଟାବ୍ଦରେ ଆରମ୍ଭହୋଇଥୁଲା, ତାହା ଅନ୍ୟମାନଙ୍କୁ ସୋମନାଥ ମନ୍ଦିର ଉପରେ ଅନ୍ୟମାନଙ୍କୁ ବାରମ୍ବାର ଆକ୍ରମଣ କରିବାକୁ ‘ପ୍ରେରଣା' ଯୋଗାଇଥିଲା । ଆମର ଜନସାଧାରଣ ଏବଂ ଏହାର ସଂସ୍କୃତିକୁ ଦାସତ୍ବର ବେଡ଼ିରେ ବାନ୍ଧି ରଖୁବା ନିମନ୍ତେ ଏହା ଥୂଲା ପ୍ରଥମ ପ୍ରୟାସ । ପ୍ରତ୍ୟେକ ଥର ଏହି ମନ୍ଦିର ଉପରେ ହେଉଥିବା ଆକ୍ରମଣ ବେଳେ, ଆମମାନଙ୍କ ନିକଟରେ ଏହାକୁ ବିରୋଧ କରିବା ଏବଂ ସୁରକ୍ଷା ପ୍ରଦାନ କରିବା ସକାଶେ ମହାନ ବୀର ଓ ବୀରାଙ୍ଗନାମାନେ ଉପଲବ୍ଧ ଥିଲେ ଏବଂ ପ୍ରତ୍ୟେକ ଥର, ପିଢ଼ି ପରେ ପିଢ଼ି, ଆମର ଏହି ମହାନ ସଭ୍ୟତାର ଲୋକମାନେ, ନିଜକୁ ସେଭଳି ଆକ୍ରାନ୍ତିମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ ଏବଂ ଧ୍ବଂସ ମନ୍ଦିରକୁ ପୁନର୍ବାର ଭବ୍ୟତାର ସହିତ ପୁନଃନିର୍ମାଣ ପୂର୍ବକ ଠିଆ କରାଇଥିଲେ । ଏହା ଆମମାନଙ୍କର ପରମ ସୌଭାଗ୍ୟ ଯେ ଅହଲ୍ୟାବାଈ ହୋଲକାରଙ୍କ ଭଳି ମହାନ୍ ବ୍ୟକ୍ତିତ୍ୱ ଯେଉଁ ଭୂମିରେ ଜନ୍ମ ଗ୍ରହଣ କରିଥିଲେ ଆମେ ସେହି ଭୂମିରେ ଭୂମିଷ୍ଠ ହୋଇଛେ । ଅହଲ୍ୟାବାଈ ହୋଲକାର ସୋମନାଥ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଯେଉଁ ଆଦର୍ଶ ପ୍ରୟାସ କରିଥିଲେ ତାହା ପ୍ରଶଂସନୀୟ ଯାହା ଫଳରେ ଶ୍ରଦ୍ଧାଳୁମାନେ ପୁନର୍ବାର ମନ୍ଦିରରେ ପୂଜାର୍ଚ୍ଚନା କରିପାରିଥିଲେ ।