ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା...
ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବ ନେତା ଭାବେ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବ ନେତା ପ୍ରଶାନ୍ତ ମହାପାତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ନିକଟତରଥିଲେ ।
ବିଜୁବାବୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାହାକୁ ସଠିକ୍ ଭାବେ ର୍ନିବାହ କରୁଥିଲେ । ସେ କେବେ ହେଲେ ନିଜ ସ୍ୱାର୍ଥପ୍ରତି ଧ୍ୟାନ ଦେଉ ନ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ
ଗୀତ ଗୋବିନ୍ଦ ସଦନରେ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାନ୍ତ ମହାପାତ୍ରଙ୍କ ନିଷ୍ଠା କର୍ତ୍ତବ୍ୟ ଯୋଗୁ ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି ।
ସେତେବେଳେ ପୁରୁଣା ଭୁବନେଶ୍ୱର କହିଲେ ପ୍ରଶାନ୍ତ ଭାଇନାକୁ ବୁଝାଏ ।
ବିଶିଷ୍ଟ ଅତିଥିଭାବେ ବିଜେଡି ନେତା ଅରୂପ ପଟ୍ଟନାୟକ ଯୋଗଦେଇ କହିଥିଲେ ସମସ୍ତେ ଫାଇଟର ଯାହାଙ୍କୁ ରଶ୍ମୀ ମହାପାତ୍ର ଏହି ମଞ୍ଚରେ ଏକାଠି କରିପାରିଛି । ପ୍ରଶାନ୍ତ ମହାପାତ୍ର ବିଜୁ ବାବୁଙ୍କ ଭଳି ଲଢିକି ନେବାକୁ ଚାହୁଁଥିଲେ , ଦାନ ଚାହୁଁ ନ ଥିଲେ ।
ସେଥିପାଇଁ ବିଜୁ ବାବୁଙ୍କର ପ୍ରିୟ ହୋଇଥିଲେ ପ୍ରଶାନ୍ତ ।
୧୯୮୦-୯୦ ଦଶକର କାଳ ଖଣ୍ଡନକୁ ଆଲୋଚନା କଲେ ପ୍ରଶାନ୍ତ ମହାପାତ୍ରଙ୍କ କଥା ନ କହିଲେ ଭୁବନେଶ୍ୱର ବିକାଶ ସେତେବେଳେ ଅଧୁରା ରହିଯିବ ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠି ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ।
ପ୍ରଶାନ୍ତ ମହାପାତ୍ର ସ୍ରୋତର ଅନୁକୂଳରେ ଯାଇ ନ ଥିଲେ ସେ ପ୍ରତି କୂଳରେ ଯାଇ ନେତା ହୋଇଥିଲେ । ସେତେବେଳେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଗକୁ ବଢୁଥିଲା । ବିଜୁବାବୁ ପ୍ରଶାନ୍ତକୁ ଧରି ଭୁବନେଶ୍ୱରରେ ପ୍ରଥମେ ନିର୍ବାଚନ ଲଢିଥିଲେ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ଏକାମ୍ର ଭୁବନେଶ୍ୱରର ଶେଷ୍ଠ ନେତୃତ୍ୱ ଥିଲେ
ମୋତେ ଯଦି କିଏ ରାଜନୈତିକ ନେତା ଭାବେ ଗଢିଥାଏ ସେ ହେଲେ ପ୍ରଶାନ୍ତ ଭାଇନା ବୋଲି ସିଂ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ଜନତା ଦଳର ପୂର୍ବତନ ଛାତ୍ରନେତା ସମରେନ୍ଦ୍ର ସାହୁ ସଂଯୋଜନା କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ କମିଟିର ଆବାହକ ଶ୍ରୀହର୍ଷ ହୋତା ।
ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ବିଜେପି ନେତ୍ରୀ ରଶ୍ମୀ ମହାପାତ୍ର କମିଟିର କର୍ମମର୍ତ୍ତା ଉପସ୍ଥିତ ଥିଲେ ।
ଏହି ଅବସରରେ ସାମାଜସେବା, ସାମ୍ବାଦିକତା, ଶିଳ୍ପି, ଓ ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣଙ୍କୁ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ତରଫରୁ ସାମ୍ମାନିତ କରାଯାଇଥିଲା ।
ଶେଷରେ ସରୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।