ହଷ୍ଟେଲ ରୁମ୍ରୁ ଏମ୍ଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଏମ୍ଟେକ୍ ଛାତ୍ରଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।ଜଣେ ପୁଲିସ୍ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଛାତ୍ର ସଞ୍ଜୟ ନରକର ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଫୋନ କରୁଥିଲେ, କିନ୍ତୁ ସେ କୌଣସି ଉତ୍ତର ଦେଉନଥିଲେ। ଏଭଳି ପରିସ୍ଥିତିରେ ପରିବାର ହଷ୍ଟେଲରେ ରହୁଥିବା ତାଙ୍କ ସାଙ୍ଗମାନଙ୍କୁ ସଞ୍ଜୟ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ। ସାଙ୍ଗମାନେ ଯେତେବେଳେ ସଞ୍ଜୟଙ୍କ ରୁମ୍କୁ ଗଲେ ତ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।
