ସୁଶୀଳା କାର୍କୀ ନେପାଳ ର କାମଚଳା ସରକାର ହେଲେ ବି ସରକାରରେ ଦେଖାଇଲେ ବଡ଼ ଲୋକପ୍ରିୟତା
ସୁଶୀଳାଙ୍କ ଏକ ନିଷ୍ପତ୍ତି ଯାହା Gen-Z ଙ୍କୁ ଖୁସିର ମାର୍ଗ ଆଣିଦେଲା | ସେ ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଭାବେ ଏହାକୁ ବଡ଼ ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି | ଦୀର୍ଘ ୨୭ ଘଣ୍ଟା ଧରି ହୋଇଥିବା ହିଂସାତ୍ମକ ପ୍ରତିବାଦ ସମ୍ପର୍କରେ ଗଭୀର ଦୁଃଖ ପ୍ରକାଶ କରି ଆନ୍ଦୋଳନ ରେ ପ୍ରାଣ ହରାଇଥିବା ସମସ୍ତ ଯୁବକ ଙ୍କୁ ଶହୀଦ ଭାବେ ଘୋଷଣା କରିବାର ନିଷ୍ପତ୍ତି ନେଲେ| ସମସ୍ତ ଶହୀଦ ପରିବାରଙ୍କୁ ୧୦ ଲକ୍ଷ ନେପାଳୀ ଟଙ୍କାର ସହାୟତା ଦେବାକୁ ଘୋଷଣା ମଧ୍ୟ କଲେ|
କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ ୧୩୪ ଜଣ ଆହତ ପ୍ରଦର୍ଶନକାରୀ ଏବଂ ୫୭ ଜଣ ଆହତ ପୋଲିସ କର୍ମଚାରୀଙ୍କ ଚିକିତ୍ସା ସରକାର କରିବେ ଵୋଲି କହିଛନ୍ତି|
ସୂଚନା ମୁତାବକ ନେପାଳ ରେ ପ୍ରତିବାଦରେ ୭୨ ଜଣ ପ୍ରାଣ ହରାଇଛନ୍ତି, ଯେଉଁଥିରେ୫୯ ଜଣ ପ୍ରଦର୍ଶନକାରୀ, ୧୦ ଜଣ କଏଦୀ, ତିନିଜଣ ପୋଲିସ ଅଧିକାରୀ ସାମିଲ ଅଛନ୍ତି |
ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ସ୍ଥାୟୀ ନୁହେଁ ଏବଂ ଦେଶରେ ନୂଆ ସଂସଦ ନିର୍ବାଚନ ହେବା ପର୍ଯ୍ୟନ୍ତ, ଛଅ ମାସରୁ ଗୋଟିଏ ବର୍ଷ କାମ କରିବ | ସେ ଆହୁରି ମଧ୍ୟ କହିଛନ୍ତି ଆମେ କ୍ଷମତା ସ୍ୱାଦ ଚାଖିବାକୁ ଆସିନାହୁଁ, ଆମେ କେବଳ ଦେଶକୁ ସ୍ଥିରତା ଦେବା ପାଇଁ ଏଠାରେ ଅଛୁ| ସରକାର ରେ
ଜନ ସାଧାରଣଙ୍କ ସମର୍ଥନ ବିନା ଆମେ ସଫଳ ହୋଇ ପାରିବୁ ନାହିଁ|