୧୩ October ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ...
ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ୧୩ ଅକ୍ଟୋବରରେ 'ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ' ପାଳନ କରାଯାଏ।
ବିପର୍ଯ୍ୟୟ ଜନିତ ବିପଦ ସମ୍ପର୍କରେ ସଚେତନତା ଏବଂ ଏହାକୁ ହ୍ରାସ କରିବା ଦିଗରେ ଏକ ବିଶ୍ୱସ୍ତରୀୟ ସଂସ୍କୃତି ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ।
ବିପର୍ଯ୍ୟୟ ଜନିତ ବିପଦକୁ କମ୍ କରିବା ତଥା ଏଭଳି ବିପଦର ମୁକାବିଲା କିମ୍ବା ସଫଳ ପରିଚାଳନା କରିବା ସମ୍ପର୍କରେ ବିଶ୍ୱର ଲୋକ ଓ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
୧୯୮୯ ମସିହାରେ ମିଳିତ ଜାତିସଂଘ ପ୍ରଥମେ ଏହି ଦିନକୁ 'ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ' ଭାବରେ ଘୋଷଣା କରିଥିଲା।
ବିଶ୍ୱସ୍ତରରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ଉପାୟ ଓ ରଣନୀତି ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଥିଲା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ।
ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସର ଇତିହାସ :
ବିପଦ ସମ୍ପର୍କିତ ସଚେତନତା ଏବଂ ବିପର୍ଯ୍ୟୟ ହ୍ରାସର ଏକ ବିଶ୍ୱସ୍ତରୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭାର ଆହ୍ୱାନ କ୍ରମେ ୧୯୮୯ ମସିହାରେ ପ୍ରଥମ ଥର ପାଇଁ 'ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ' ଆରମ୍ଭ କରାଯାଇଥିଲା।
ପ୍ରତିବର୍ଷ ୧୩ ଅକ୍ଟୋବରରେ ବିଶ୍ୱବ୍ୟାପୀ ପାଳିତ ହେଉଥିବା ଏହି ଦିବସର ଲକ୍ଷ୍ୟ ହେଉଛି ବିପର୍ଯ୍ୟୟ ଜନିତ ବିପଦକୁ କିପରି କମ୍ କରାଯାଇପାରିବ ଏବଂ ସମ୍ମୁଖୀନ ହେଉଥିବା ବିପଦକୁ କିପରି ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ପର୍କରେ ବିଶ୍ୱର ଲୋକ ଓ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା।