+୨ ପରୀକ୍ଷା : ମାତୃଭାଷାରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ଏମ୍‌ପି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ମାତୃଭାଷାରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ଏମ୍‌ପି(ମାଲପ୍ରାକ୍ଟିସ) ହୋଇଛନ୍ତି। ସମ୍ବଲପୁର ଜୋନ୍‌ରୁ ସର୍ବାଧିକ ୯ଜଣ ଏମ୍‌ପି ହୋଇଥିବା ବେଳେ ବାରିପଦା ଓ ବ୍ରହ୍ମପୁର ଜୋନ୍‌ରୁ ଜଣେ ଲେଖାଏ ପାରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ଜଣାପଡ଼ିଛି। ୧୭ ତାରିଖ ତଥା ଶନିବାରଠାରୁ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ରହିଛି। ପରୀକ୍ଷାରେ କପି ରୋକିବାକୁ ଏଥର ୩ ସ୍ତରୀୟ ସ୍କ୍ବାଡ୍‌ ନିଯୁକ୍ତ ହୋଇଛନ୍ତି। ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଗୋଟିଏ ସ୍କ୍ବାଡ୍‌ ଗଠନ ହୋଇଥିବା ବେଳେ ଅଧ୍ୟାପକମାନଙ୍କୁ ନେଇ ଦୁଇ ସ୍ତରୀୟ ସ୍କ୍ବାଡ୍‌ ଯଥା ସେଣ୍ଟ୍ରାଲ ଓ ଜୋନାଲ୍‌ ଫ୍ଲାଇଂ ସ୍କ୍ବାଡ୍‌ ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରିବା ସହ ତଦାରଖ କରିଛନ୍ତି।

+୨ ପରୀକ୍ଷା : ମାତୃଭାଷାରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ଏମ୍‌ପି