୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧୂତ କରିବେ ପ୍ରଧାନମନ୍ତ୍ରୀ
୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧୂତ କରିବେ ପ୍ରଧାନମନ୍ତ୍ରୀ
୨ ମାର୍ଚ୍ଚ ୨୦୨୬: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ମାର୍ଚ୍ଚ ୨୦୨୬ ସକାଳ ୧୧:୧୫ରେ ଭିଡିଓ କନ୍ଫରେନିଂ ମାଧ୍ଯମରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି" ବିଷୟବସ୍ତୁ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧୂତ କରିବେ ।
ଏହି ବିଷୟବସ୍ତୁ ଅନ୍ତର୍ଗତ, ବିଭିନ୍ନ କ୍ଷେତ୍ରକୁ ସାମିଲ କରି ଚାରୋଟି ଅଲଗା ୱେବିନାର ଅଧୂବେଶନ ଆୟୋଜନ କରାଯାଉଛି । ସେଥ୍ରେ (୧) ଉତ୍ପାଦନ, ଶିଳ୍ପ ଉନ୍ନୟନ ଏବଂ ରଣନୈତିକ କ୍ଷେତ୍ର (୨) ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ଆର୍ଥକ ଏବଂ ବଜାର ପ୍ରବେଶ (୩) ସହର ଅର୍ଥନୈତିକ କ୍ଷେତ୍ର ଏବଂ (୪) ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ମାଲ ପରିବହନ ଅନୁର୍ଭୁକ୍ତ ।
ବଜେଟ୍ ପରବର୍ତ୍ତୀ ୱେବିନାରରେ ଶିଳ୍ପ ସ୍ମର ବିସ୍ତାର, ପ୍ରଯୁକ୍ତିବିଦ୍ୟା ନେତୃତ୍ବକୁ ଗଭୀର କରିବା ଏବଂ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡିକର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ସଂସ୍କାର ପ୍ରୟାସ ଉପରେ ଆଲୋକପାତ କରାଯିବ । ଆଲୋଚନାରେ ଏହି ପ୍ରାଥମିକତାଗୁଡିକୁ ପ୍ରଭାବଶାଳୀ କାର୍ଯ୍ୟରେ ପରିଣତ କରିବା ଉପରେ ଧ୍ୟାନ ଦିଆଯିବ । ଏଥୂପାଇଁ ଉଦ୍ୟୋଗଜଗତର ଅଂଶଗ୍ରହଣକାରୀଙ୍କ କ୍ଷେତ୍ରୀୟ ଅନୁଭବ ଦ୍ବାରା ମାର୍ଗଦର୍ଶନ ହାସଲ କରାଯିବ, ଯାହା ଅଧୂକ ପ୍ରଭାବଶାଳୀ କାର୍ଯ୍ୟାନ୍ବୟନରେ ସହାୟକ ହେବ ।