ଅନନ୍ତ ଅମ୍ଵାନୀଙ୍କ ବିବାହରେ ଡ୍ୟାନ୍ସ କରିବେ ରଣବୀର-ଆଲିଆ
ମୁମ୍ବାଇ: ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ। ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ଦେଖିବାକୁ ମିଳେ। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ କିପରିବା ଏମାନଙ୍କ ବିନା ଆୟୋଜନ ହୋଇପାରିବ। ଅନନ୍ତ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି । ଏବେ ଖବର ଆସିଛି ଯେ ବଲିଉଡର ସୁଇଟ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏହି ରାଜକୀୟ ବିବାହରେ ଏକ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରଣବୀର ଏବଂ ଆଲିଆ ଅନନ୍ତଙ୍କ ସହ ରିହର୍ସାଲ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହର ପ୍ରିୱେଡିଂ ସେଲିବ୍ରେସନ ମାର୍ଚ୍ଚ ୧ ରୁ ଆରମ୍ଭ ହୋଇ ଏବଂ ମାର୍ଚ୍ଚ ୮, ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଆକାଶ ଅମ୍ବାନୀଙ୍କୁ ତାଙ୍କର ଘନିଷ୍ଠ ବନ୍ଧୁ ରଣବୀର କପୁର ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ଦେଖିବାକୁ ମିଳିଥିଲା। ଭିଡିଓଟି ଅମ୍ବାନୀଙ୍କ ଜାମନଗର ଫାର୍ମହାଉସ ଭିତରୁ ଆସିଛି । ବଲିଉଡ କପଲ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ନୃତ୍ୟ ପ୍ରାଟିକ୍ସ ପାଇଁ ଆସୁଥିବା ଦେଖିବାକୁ ମିଳିଥିଲା ।