ଆଡୁଆର ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନ

ମୁମ୍ବାଇ : ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କର ଏକ କର୍ମଚାରୀ ଙ୍କୁ ଚପଲରେ ନିର୍ଦ୍ଧୁମ୍ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଲୋକପ୍ରିୟ କୱାଲୀ ଗାୟକଙ୍କୁ ବୋତଲ ବିଷୟରେ ପଚାରିବା ସହ ବାରମ୍ବାର ଚାପୁଡ଼ା ମାରିଚାଲିଛନ୍ତି ରାହତ । ଏହି ବ୍ୟକ୍ତି ଜଣକ ଗାୟକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ଯେ, ସେ ଏହା ବିଷୟରେ କିଛି ଜାଣି ନାହାଁନ୍ତି । ଏହା ସତ୍ତ୍ବେ ମଧ୍ୟ ରାହତ ଫତେ ଅଲ୍ଲୀ ଖାନ୍ କୌଣସି ପ୍ରକାରେ ମାନିବାକୁ ରାଜି ନାହାନ୍ତି । ଏହି ସମୟରେ ସେଠି ଉପସ୍ଥିତ ଥିବା କିଛି ଲୋକ ଉକ୍ତ କଓ୍ବାଲୀ ଗାୟକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।ପାକିସ୍ତାନର ସମା ଟିଭି ଉକ୍ତ ବ୍ୟକ୍ତିଙ୍କୁ ରାହତ ଫତେହ ଅଲି ଖାନଙ୍କ କର୍ମଚାରୀ ବୋଲି ଚିହ୍ନଟ କରି କହିଛନ୍ତି ଯେ ଗାୟକମାନଙ୍କ ମଧ୍ୟରେ ଏପରି ହିଂସା ଆଚରଣ ଏକ ଚିନ୍ତାଜନକ । ଭିଡିଓ ଭାଇରାଲ ହେବା ପରେ ରାହତ ଏନେଇ ସଫେଇ ଦେଇଛନ୍ତି । ପରେ ରାହତ ଫତେହ ଅଲି ଖାନ ସ୍ପଷ୍ଟ କରିଛନ୍ତି ଯେ ଏହା “ଶିକ୍ଷକ ଏବଂ ତାଙ୍କ ଶିଷ୍ୟ” ଙ୍କ ମଧ୍ୟରେ ବ୍ୟକ୍ତିଗତ ବିଷୟ ଅଟେ ।

Jan 28, 2024 - 21:05
 13
ଆଡୁଆର ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନ