ଅର୍ଚ୍ଚନା ନାଗ ଆଇନ ପେସାରୁ ହେଲେ ନିଲମ୍ବିତ
ନିଲମ୍ବନ କଲେ ରାଜ୍ୟ ଆଇନଜୀବୀ ପରିଷଦ। ତଥ୍ୟ ଗୋପନ ରଖ୍ ଓକିଲାତି ଲାଇସେନ୍ସ ହାତେଇ ଥିଲେ ଅର୍ଚ୍ଚନା । ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନ ଥିବା ଦର୍ଶାଇ ଥିଲେ। କିନ୍ତୁ ତାଙ୍କ ନାମରେ ଫୌଜଦାରୀ ମାମଲା ଥୁବା ଜାଣି ପାରିଛି ଆଇନଜୀବୀ ପରିଷଦ। ସେହିଭଳି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଅର୍ଚ୍ଚନା। ସେଥ୍ପାଇଁ ତାଙ୍କୁ ଓକିଲାତି ପେଶାରୁ କରାଯାଇଛି ନିଲମ୍ବନ। ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ଯକ୍ଷ ସିତାଂଶୁ ଦ୍ବିବେଦୀଙ୍କ ସୂଚନା ।
ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖ୍ ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ।

ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ବେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥୂବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତାରେ ସଂପୂକ୍ତ ନାହାନ୍ତି।