ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା

Mar 5, 2024 - 13:26
Mar 5, 2024 - 13:27
 5
ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା । ସବ୍‌ଡିଭିଜନ ମାନ୍ୟତା ଦାବିରେ ଲଇକେରାକୁ ବନ୍ଦ ବୋଲି ଘୋଷଣା କରାଯାଇଛି । ଏହି ଘୋଷଣା ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି ବୋଲି ସୂଚନା ମିଳିଛି । ଆଜି ସକାଳ ୬ଟାରୁ ବନ୍ଦ ଡାକରା ପାଳନ କରାଯାଉଛି । ସମସ୍ତ ଦୋକାନ ବଜାର ବନ୍ଦ ହେବାସହିତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି । ଯାହାପ୍ରଭାବରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା କଷ୍ଟ ହୋଇପଡିଛି । ଆଜି ସକାଳ ୬ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି  ବନ୍ଦ ଡାକରା ରହିଛି । ସୂଚନା ଅନୁସାରେ, ଦୀର୍ଘଦିନ ଧରି ଲଇକେରାକୁ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଦାବି କଲେ ମଧ୍ୟ ଏହି କଥାକୁ ଅଣଦେଖା କରୁଥିବାରୁ ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି  ଲଇକେରା ବନ୍ଦ ଡାକରା ଦେଇଛନ୍ତି ।