ମୋବାଇଲ ଫୋନରେ ଜାରୀ ହେଲା ଏକ ଏମେରଜେନାସି ଆଲାର୍ମ...
ମୋବାଇଲ ଫୋନରେ ଜାରୀ ହେଲା ଏକ ଏମେରଜେନାସି ଆଲାର୍ମ...
ଆପଣଙ୍କ ମୋବାଇଲ୍ ଫୋନ୍ କୁ କ’ଣ କେବଳ ଆଲାର୍ମ ବଜାଇ ଏକ ଏମର୍ଜେନ୍ସି ଆଲର୍ଟ ମେସେଜେ ଆସିଛି ।
ଯଦି ହଁ, ତେବେ ଭୟଭୀତ ହୁଅନ୍ତୁ ନାହିଁ !
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)ଦ୍ୱାରା କରାଯାଇଥିବା ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ଏକ ଦେଶବ୍ୟାପୀ ପରୀକ୍ଷଣର ଅଂଶ ଭାବରେ ଲକ୍ଷ ଲକ୍ଷ ଉପଭୋକ୍ତା ଶନିବାର ଏକ ସତର୍କତା ପାଇଛନ୍ତି।
ଏହା ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆସିଛି।
ମାତ୍ର ଏହାକୁ ନେଇ ଭୟଭୀତ ନ ହେବାକୁ କହିଛି ଟେଲିକମ ବିଭାଗ ।
ମେସେଜେକୁ ଅଣଦେଖା କରିବାକୁ ଟେଲିକମ ବିଭାଗ ସୂଚନା ଦେଇଛନ୍ତି ।
ଜରୁରୀ କାଳୀନ ପରିସ୍ଥିତରେ ଏମିତି ମେସେଜେ ଆସିବ ।