ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ...
ଏଆର ପ୍ରଡକ୍ସନ ବ୍ୟାନର ଏବଂ ଝଲକା ସେବା ସଂଗଠନ, ସୁଖା, ସୋନପୁର ତରଫରୁ କୋଶଳାଞ୍ଚଳର ଭାଷା, ସଂସ୍କୃତି ଓ ପରମ୍ପରାକୁ ଦେଶ-ବିଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ (ବର୍ଷ ୦୬) ର ଫଳାଫଳ ଆଜି ପ୍ରକାଶ ପାଇଛି ବୋଲି ଏଆର ପ୍ରଡକ୍ସନର ମୁଖ୍ୟ ଆରୁଷି ଅମୃତା ସରାଫ କହିଛନ୍ତି।
ଏଥିରେ ଅନଲାଇନ ମାଧ୍ୟମରେ ପାଖାପାଖି ଆଠ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ପିପିଲିପାଲିର ରାଜଶ୍ରୀ ଦାଶ ପ୍ରଥମ ସ୍ଥାନ ଅଧିକାର କରି କୋଶଳ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି।
ସେହିପରି ବରଗଡ଼ ଡାଙ୍ଗର ସୁମନ ଶତପଥୀ ଦ୍ୱିତୀୟ ଏବଂ ସମ୍ବଲପୁରର ଦିବ୍ୟାରାଣୀ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଶିଶୁ ବିଭାଗରେ ବରଗଡ଼ର ଶ୍ରେୟାଂଶୀ ମିଶ୍ର ପ୍ରଥମ, ବରଗଡ଼ର ଶ୍ରାବ୍ୟା ସାନଭି ପଧାନ ଦ୍ୱିତୀୟ ଏବଂ ଝାରସୁଗୁଡ଼ାର ପ୍ରଲିପ୍ତା ଶତପଥୀ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ସମସ୍ତ ବିଜୟିନୀଙ୍କୁ ଆଗାମୀ ଦିନରେ ଏକ ଭବ୍ୟ ସମାରୋହରେ ସମ୍ମାନିତ କରାଯିବ ବୋଲି ଝଲକା ସେବା ସଂଗଠନର ସଭାପତି କୋଶଳ ସୁନ୍ଦରୀ ଡକ୍ଟର ସସ୍ମିତା ମେହେର କହିଛନ୍ତି।
ଏହି ଅନଲାଇନ ଭିତ୍ତିକ କାର୍ଯ୍ୟକ୍ରମକୁ ଅକ୍ଷୟ ସରାଫ ନିର୍ଦ୍ଦେଶନା ଦେଇଥିବା ବେଳେ ହେମଲତା ନିଆଲ, ଡକ୍ଟର ସୁବାସିନୀ ସାହୁ ଏବଂ ଡକ୍ଟର ବୁଲି ସାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ସମାପ୍ତ ହୋଇଥିଲା।
ଏଥିରେ କୋଶଳ ସୁନ୍ଦରୀ ସୁମି ମେହେର, କୋଶଳ ସୁନ୍ଦରୀ ଡକ୍ଟର ମୀନାବତୀ ମେହେର, ଲିଟିଲ ନାୟକ, ସଙ୍ଗୀତା ଦୀପ, ସ୍ମୃତିସୁଧା ପଣ୍ଡା, ରିଙ୍କି ସରାଫ, ରିଙ୍କି ଦୋରା, ମମତା ଷାଣ୍ଢ, ସାରିକା ସ୍ୱାଇଁ, ତନୁଜା ନାଏକ,ଅନୁସୂୟା ସା, ଶିବପ୍ରିୟା ସାହୁ, ଅର୍ମାନ ପ୍ରିୟାଂଶୁ ସରାଫ, ଅଶୋକ ସାହୁ, ଆଲୋକ ମେହେର, ତଥାଗତ ସ୍ୱାଇଁ, କିଶାନ ଅଗ୍ରୱାଲ, ବିରାଜ ନନ୍ଦ ପାଢ଼ୀ, ସଂଗ୍ରାମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।