ଆର୍ଥକ ସର୍ବେକ୍ଷଣ 2025-26: ବିଭିନ୍ନ କ୍ଷେତ୍ରରେ ଭାରତର ଦୃଢ଼ ପ୍ରଦର୍ଶନ
ଆର୍ଥକ ସର୍ବେକ୍ଷଣ 2025-26: ବିଭିନ୍ନ କ୍ଷେତ୍ରରେ ଭାରତର ଦୃଢ଼ ପ୍ରଦର୍ଶନ
ଆର୍ଥକ ସର୍ବେକ୍ଷଣ 2025-26ରେ ଏପରି ଅର୍ଥବ୍ୟବସ୍ଥା ଚିତ୍ର ଉପସ୍ଥାପନ କରାଯାଇଛି ଯାହା କେବଳ ପୁନରୁଦ୍ଧାର ଠାରୁ ଆଗକୁ ବଢ଼ି ରଣନୀତିକ ଅପରିହାର୍ଯ୍ୟତା ଆଡ଼କୁ ଗତି କରିଛି।
ବିଶ୍ବ ବଜାରଗୁଡ଼ିକ ସ୍ଥିରତା ସହିତ ଜଡ଼ିତ ହୋଇଥିଲେ ମଧ୍ୟ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଶିଳ୍ପ ଅର୍ଥବ୍ୟବସ୍ଥା ଭାବରେ ନିଜର ସ୍ଥିତି ବଜାୟ ରଖୁଛି । ଏହା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ଆଡ଼କୁ ଏକ ବଡ଼ ପରିବର୍ତ୍ତନ ଏବଂ ଏହାର ଭୌତିକ ଓ ଡିଜିଟାଲ୍ ଭିତ୍ତଭୂମିର ଏକ ବୃହତ୍ ସଂସ୍କାର କାରଣରୁ ଏହା ସମ୍ଭବ ହୋଇଛି ।
ଇସ୍ପାତ, ସିମେଣ୍ଡ ଏବଂ ରାଜପଥ ଭଳି ଶିଳ୍ପ ଆଧାରଠାରୁ ଆରମ୍ଭ କରି ଔଷଧ, ଇଲେକ୍ଟ୍ରୋନିକ୍ସ, ଏଆଇ ଏବଂ ବୈଦ୍ୟୁତିକ ପରିବହନ ଭଳି କ୍ଷେତ୍ରରେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଆଧାରିତ ଲମ୍ଫ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ର ନୀତିଗତ ସମର୍ଥନ, ଘରୋଇ କ୍ଷମତା ନିର୍ମାଣ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଏକ ସମନ୍ବିତ ମିଶ୍ରଣ ଦେଖୁବାକୁ ମିଳିଛି ।
ଚଳିତ ଆର୍ଥକ ବର୍ଷରେ ଭାରତର ଶିଳ୍ପ ପ୍ରଗତି ଗତିଶୀଳ ହୋଇଛି। 2025–26ର ପ୍ରଥମାଦ୍ଧରେ ଜିଭିଏ ଅଭିବୃଦ୍ଧି 7% ରହିଛି । ଏହି ପ୍ରଦର୍ଶନ ବିଶ୍ବ ଉତ୍ପାଦନ ଫଳାଫଳ ଠାରୁ ସମ୍ପୂର୍ଣ୍ଣ ବିପରୀତ ଯାହାକି ଲାଟିନ ଆମେରିକା ଓ ୟୁରୋପରେ ହ୍ରାସ ସହିତ ମାତ୍ର 0.7% ରହିଛି । ଉତ୍ପାଦନ କ୍ଷେତ୍ରରେ ପ୍ରଥମ ତୈମାସରେ 7.72% ଏବଂ ଦ୍ଵିତୀୟ ତ୍ରୈମାସରେ 9.13% ଅଭିବୃଦ୍ଧି ଦେଖିବାକୁ ମିଳିଛି । ମଧ୍ୟମ ଏବଂ ଉଚ୍ଚ ପ୍ରଯୁକ୍ତି ଆଧାରିତ ଶିଳ୍ପଗୁଡ଼ିକ ବର୍ତ୍ତମାନ ଭାରତର ମୋଟ୍ ଉତ୍ପାଦନ ମୂଲ୍ୟରେ 46.3% ଅଂଶଧନ ହାସଲ କରିଛନ୍ତି ।
ପିଏଲଆଇ ଯୋଜନା ଏବଂ ସେମିକଣ୍ଡକ୍ଟର ମିଶନ କାରଣରୁ ଏହା ସମ୍ଭବ ହୋଇପାରିଛି ।
ଅଶୋଧୂତ ଇସ୍ପାତ ଏବଂ ସିମେଣ୍ଡ ଶିଳ୍ପର ରେକର୍ଡ ବ୍ରେକିଂ ପ୍ରଦର୍ଶନ ସହିତ ନିର୍ମାଣ କ୍ଷେତ୍ରରେ ବ୍ୟାପକ ବିସ୍ତାର ଦେଖୁବାକୁ ମିଳିଛି । ଭାରତ ଉଭୟ ସାମଗ୍ରୀର ବିଶ୍ବର ଦ୍ବିତୀୟ ସର୍ବବୃହତ ଉତ୍ପାଦକ ଅଟେ। ଆର୍ଥିକ ବର୍ଷ 26 ଏପ୍ରିଲରୁ ଅକ୍ଟୋବର ମାସ ମଧ୍ଯରେ, ଅଶୋଧୂତ ଇସ୍ପାତ ଉତ୍ପାଦନ 11.7% ବୃଦ୍ଧି ପାଇଥିଲା ବେଳେ ବ୍ୟବହାର 7.8% ବୃଦ୍ଧି ପାଇଛି। ସ୍ପେଶାଲିଟି ଟି ସ୍ଟିଲ୍ କ୍ଷେତ୍ରରେ ପିଏଲଆଇ ଯୋଜନାର ସଫଳତା ସହ 23,022 କୋଟି ଟଙ୍କାର ନିବେଶ ଶକୁ ଆକର୍ଷିତ କରିଛି। ଏହା ଦେଶକୁ ଉଚ୍ଚମାନର ଘରୋଇ ଉତ୍ପାଦନ ଆଡ଼କୁ ନେଇଛି। ସମାନ ศ ମୟରେ, ସିମେଣ୍ଡ କ୍ଷେତ୍ର 690 ମେଟ୍ରିକ ଟନ୍ ସ୍ଥାପିତ କ୍ଷମତାରେ ପହଞ୍ଚିଛି, ଯାହା ବିଶ୍ବର ଦ୍ବିତୀୟ ସର୍ବବୃହତ।
ସୁଲଭ ସ୍ଥାନୀୟ ଏବଂ ବ୍ୟାପକ ଭାରତୀୟ ଏଆଇ ବିକାଶ ପାଇଁ ଭାରତ ନିରନ୍ଧର କାମ କରୁଛି। ଭାରତ ମୌଳିକ ଏଆଇ ବିକଶିତ କରୁଛି । ଏଥିରେ ନାଗରିକ, ସ୍ଥାନୀୟ ସରକାର, ଷ୍ଟାର୍ଟ-ଅପ୍ ଏବଂ ସମ୍ପ୍ରଦାୟ ଦ୍ବାରା ସମ୍ମୁଖୀନ ହେଉଥିବା ବାସୁବ-ବିଶ୍ବ ସମସ୍ୟା ସମାଧାନ ଉପରେ ଧ୍ୟାନ ଦିଆଯାଉଛି । ବିଶ୍ବ ଜିପିୟୁ ଚାହିଦାରେ ଭାରତର ଭାଗ 6%କୁ ବୃଦ୍ଧି ପାଇଛି । ଘରୋଇ ଏଆଇ କ୍ଷମତା ବଢୁଛି । ଆମେରିକା ପରେ ଭାରତରେ ଦ୍ବିତୀୟ ସବୁଠୁ ପ୍ରଶିକ୍ଷିତ ଏଆଇ ଇଞ୍ଜିନିୟର ଅଛନ୍ତି । ଏଆଇ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣୁଛି । ପୂର୍ବ
ଭାରତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଶସ୍ତା ମୁଖ କର୍କଟ ସ୍କ୍ରିନିଂ ଡିଭାଇସଗୁଡ଼ିକ ପ୍ରାରମ୍ଭିକ ଚିହ୍ନଟକୁ ସକ୍ଷମ କରୁଥିବା ବେଳେ ଏଆଇ-ସକ୍ଷମ କୃଷି ପ୍ଲାଟଫର୍ମଗୁଡ଼ିକ 12ଟି ରାଜ୍ୟର 18 ଲକ୍ଷ ଚାଷୀଙ୍କ ପାଇଁ ବଜାର ପ୍ରବେଶ ଏବଂ ମୂଲ୍ୟ ସୁବିଧାକୁ ଉନ୍ନତ କରୁଛି।
ଯାନବାହନ ଶିଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ କାର୍ଯ୍ୟ କରିଚାଲିଛି, ଭାରତ୍ବ ଦୁଇ ଏବଂ ତିନି ଚକିଆ ଯାନ ପାଇଁ ବିଶ୍ବର ସର୍ବବୃହତ ବଜାର ଏବଂ ଯାତ୍ରୀବାହୀ ଯାନ ପାଇଁ ତୃତୀୟ ବୃହତ୍ତମ ବଜାର ଭାବରେ ନିଜର ସ୍ଥାନ ବଜାୟ ରଖୁଛି। ମୋଟ ଜିଏସଟି ରାଜସ୍ବରେ ପ୍ରାୟ 15% ଅବଦାନ ସହିତ ଏହି କ୍ଷେତ୍ର 30 ନିୟୁତରୁ ଅଧୂକ ନିଯୁକ୍ତିକୁ ସମର୍ଥନ କରେ। ମୋଟ ଉତ୍ପାଦନ 34% ବୃଦ୍ଧି ପାଇଛି। ସେହିପରି ରପ୍ତାନି 25% ବୃଦ୍ଧି ପାଇ 5 ନିୟୁତ ୟୁନିଟ୍ ଅତିକ୍ରମ କରିଛି। ଗତ ଆର୍ଥକ ବର୍ଷ ବୈଦ୍ୟୁତିକ ଯାନ ପଞ୍ଜିକରଣ 62.5% ବୃଦ୍ଧି ପାଇଛି । ପିଏଲଆଇ ଅଟୋ ଯୋଜନାରେ 35,657 କୋଟି ଟଙ୍କାରୁ ଅଧୂକ ନିବେଶ ଆସିଛି । ଇଭି ବ୍ୟାଟେରୀ ଉତ୍ପାଦନ ବଢ଼ାଇବା ଲାଗି 18,100 କୋଟି ଟଙ୍କାର ପିଏଲଆଇ ଏସିସି ବ୍ୟାଟେରୀ ଷ୍ଟୋରେଜ୍ ଯୋଜନା ଆରମ୍ଭ କରାଯାଇଛି । ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ 10,900 କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ପିଏମ୍ ଇବଓ ସେବା ଜରିଆରେ 38,000ରୁ ଅଧୂକ ଇଲେକ୍ଟ୍ରିକ୍ ବସ ନିୟୋଜନ କରାଯାଇଛି
ଭାରତ ବିଶ୍ବର 20% ଜେନେରିକ୍ ଔଷଧ ରପ୍ତାନି କରୁଛି । ଦେଶ 191ଟି ଦେଶକୁ ଔଷଧ ରପ୍ତାନି କରୁଛି । ଫାର୍ମାସ୍ୟୁଟିକାଲ୍ ରପ୍ତାନି ଗତ ଏକ ଦଶନ୍ଧି ମଧ୍ୟରେ 15 ବିଲିୟନ ଡଲାରରୁ 30 ବିଲିୟନ ଡଲାରକୁ 7% ହାରରେ ଅଭିବୃଦ୍ଧି ହାସଲ କରିଛି । ଏହାବ୍ୟତୀତ ଭାରତ ଶସ୍ବା ଦରରେ ଟିକା ମଧ୍ଯ ରପ୍ତାନି କରୁଛି । ଆର୍ଥକ ବର୍ଷ 2024-25ରେ 4.1 ବିଲିୟନ ଡଲାର ଔଷଧ ରପ୍ତାନି କରାଯାଇଛି । ଏହି ବର୍ଷ ଭାରତ 187ଟି ଦେଶକୁ ଚିକିତ୍ସା ଉପକରଣ ମଧ୍ଯ ରପ୍ତାନି କରିଛି । ଅଧୂକ ପରିମାଣର ଔଷଧ ଏବଂ ଚିକିତ୍ସା ଉପକରଣ ଉତ୍ପାଦନ ପ୍ରୋତ୍ସାହନ ଯୋଜନାରେ 4,763 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହି କ୍ଷେତ୍ରରେ 1,093.69 କୋଟି ଟଙ୍କାର ନିବେଶ ଆସିଛି ।
ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଦେଖୁବାକୁ ମିଳିଛି । 2025ରେ ଭାରତ ତୃତୀୟ ସର୍ବବୃହତ ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ ରପ୍ତାନିକାରୀରେ ପରିଣତ ହୋଇଥିବା ବେଳେ 2026ରେ ପ୍ରଥମାର୍ଦ୍ଧରେ 22.2 ବିଲିୟନ ଡଲାର ରପ୍ତାନି ସହିତ ଭାରତ ଦ୍ବିତୀୟ ସର୍ବବୃହତ ରପ୍ତାନିକାରୀ ଭାବେ ମାନ୍ୟତା ହାସଲ କରିଛି । ଘରୋଇ ଉତ୍ପାଦନ 11.3 ଲକ୍ଷ କୋଟି ଟଙ୍କା ଏବଂ ରପ୍ତାନି 3.3 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । 2025ରେ ଭାରତର ମୋବାଇଲ୍ 5.45 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସହିତ ଏହା ଏବେ ବିଶ୍ବର ଦ୍ବିତୀୟ ସର୍ବବୃହତ ମୋବାଇଲ ଫୋନ୍ ଉତ୍ପାଦନକାରୀ ପାଲଟିଛି । ଦେଶରେ ଏବେ 300ରୁ ଅଧୂକ ମୋବାଇଲ୍ ନିର୍ମାଣ ୟୁନିଟ୍ କାର୍ଯ୍ୟ କରୁଛି । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପିଏଲଆଇ ଯୋଜନା ଫଳରେ 9.34 ଲକ୍ଷ କୋଟି ଟଙ୍କାର ଉତ୍ପାଦନ, 5.12 ଲକ୍ଷ କୋଟି ଟଙ୍କାର ରପ୍ତାନି ଏବଂ 13759 କୋଟି ଟଙ୍କାର ନିବେଶ ଆସିପାରିଛି । ଆଇଟି ହାର୍ଡୱେର କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟ ପିଏଲଆଇ ଯୋଜନା ଦ୍ବାରା 892.47 କୋଟି ଟଙ୍କାର ନିବେଶ ଏବଂ 14,462.7 କୋଟି ଟଙ୍କାର ଉତ୍ପାଦନ ହୋଇଛି । ସେମିକଣ୍ଡକ୍ଟର କ୍ଷେତ୍ରରେ 58ଟି ପ୍ରକଳ୍ପକୁ ପିଏଲଆଇ ଯୋଜନାରେ ସାମିଲ କରାଯାଇଛି । ଏହି କ୍ଷେତ୍ରରେ 22,081 କୋଟି ଟଙ୍କାର ନିବେଶ ଆସିଛି ।