ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ

Aug 4, 2026 - 16:25
 3
ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ

ନବୀନ ଭୁବନେଶ୍ୱର, ୦୪/୦୮/୨୦୨୬: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ।

ଗସ୍ତ ସମୟରେ ଶ୍ରୀ ଦାସବର୍ମା ଭଦ୍ରକ ଜିଲ୍ଲାର ଭଦ୍ରକ, ଧାମନଗର ଏବଂ ତିହିଡ଼ି ବ୍ଳକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେ ବନ୍ୟା ପରିସ୍ଥିତିର ସ୍ଥଳ ପରିଦର୍ଶନ କରିବା ସହିତ ବନ୍ୟା ପୀଡ଼ିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା, କ୍ଷୟକ୍ଷତିର ପରିମାଣ ଏବଂ ରିଲିଫ୍ ଓ ପୁନଃ ପୁନର୍ବାସ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଅବଗତ ହେବେ।

ଗସ୍ତ ପରେ ଶ୍ରୀ ଦାସବର୍ମା ୦୪ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ୧:୦୦ ଘଟିକାରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକସ୍ଥିତ ହସନାବାଦ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୂତ କରିବେ।