ଚଳିତ ଶିକ୍ଷାବର୍ଷର ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ...

Aug 4, 2026 - 18:32
 3
ଚଳିତ ଶିକ୍ଷାବର୍ଷର ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ...

ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହୋଇଯାଇଛି । 

ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ / ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ / ସଦସ୍ୟା, ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।  

ଏହି ବୈଠକରେ ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ, ଘରେ ଘରେ ତ୍ରିରଙ୍ଗା -୨୦୨୬ କାର୍ଯ୍ୟକ୍ରମ, ଏକ୍ ପେଡ୍ ମା କେ ନାମ୍ ୩.୦, ସୁରଭି, ସ୍ୱଚ୍ଛତା ପକ୍ଷ ପାଳନ, ଡିଜିଟାଲ ଦୁନିଆରେ ଆମ ପିଲାଙ୍କ ସୁରକ୍ଷା : ଅଭିଭାବକଙ୍କର ଭୂମିକା, କ୍ୟାରିୟର ମାର୍ଗଦର୍ଶନ ଓ ଭବିଷ୍ୟତ ଯୋଜନାରେ ପିତାମାତାଙ୍କ ଭୂମିକା, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌ ର ବ୍ୟବସ୍ଥା ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା, ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରି ନାମଲେଖା ହାରକୁ ବୃଦ୍ଧି କରିବା, ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । 

ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ସମୁଦାୟ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । 

ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ସର୍ବବିଧ ଉନ୍ନତି ପାଇଁ ଅଭିଭାବକମାନଙ୍କ ଠାରୁ ଗଠନମୂକଳ ପ୍ରସ୍ତାବ ଆହ୍ବାନ କରାଯାଇଥିଲା ।