ଆସନ୍ତାକାଲି ଜାଗର ; ଏହି ସମୟରେ ଉଠିବ ମହାଦୀପ

ଭୁବନେଶ୍ୱର : ଆସନ୍ତାକାଲି ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ଗତକାଲି ଏକ ବୈଠକରେ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି। ଜାଗର ଦିନ ରାତି ୧୦ରେ ଯେମିତି ମହାଦୀପ ଉଠିବ ସେଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Mar 7, 2024 - 15:22
 9
ଆସନ୍ତାକାଲି ଜାଗର ; ଏହି ସମୟରେ ଉଠିବ ମହାଦୀପ