ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପିର ଐତିହାସିକ ବିଜୟରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ବିପୁଳ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା

May 9, 2026 - 07:43
 3
ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପିର ଐତିହାସିକ ବିଜୟରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ବିପୁଳ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା

ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପିର ଐତିହାସିକ ବିଜୟରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ବିପୁଳ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଆସାମବାସୀ ତୃତୀୟ ଥର ପାଇଁ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି ।

ଆସାମରେ ମୋଦୀ ଗ୍ୟାରେଣ୍ଟି ଏବଂ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଡବଲ ଇଞ୍ଜିନ୍ ସରକାରର ସଫଳତା କାରଣରୁ ବିଜେପି ଏଠାରେ ୩ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଓ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ହୋଇଛି ଏହା ନୂଆ ଭାରତ ପାଇଁ ନୂଆ ମୋଡ । 

୨୦୨୪ ସୁଦ୍ଧା ବିକଶିତ ଭାରତ ଗଢିବା ପାଇଁ ମୋଦୀ ଜୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ମାନ୍ୟବର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିବା ସହ ଲୋକପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ । 

ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ । 

ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କହିଛନ୍ତି ଯେ, ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଆସାମ ପ୍ରଭାରୀ ଭାବେ ବିଜେପିକୁ ଜିତାଇବାରେ ଶ୍ରୀ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

ଭାରତୀୟ ଜନତା ପାର୍ଟି ଯୋଗ୍ୟ ଲୋକଙ୍କୁ ଯୋଗ୍ୟ ଜାଗାରେ ଦାୟିତ୍ୱ ଦେଇ ନିଖୁଣ ଭାବରେ କାର୍ଯ୍ୟ କରୁଛି ଆସାମରେ ଏହାର ପରିଣାମ ଦେଖିବାକୁ ମିଳିଛି । 

ଓଡିଶାର ଜଣେ କାର୍ଯ୍ୟକର୍ତ୍ତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ସଫଳ ଗୋଟି ଚାଳନା କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି ।

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ, ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ, ରାଜ୍ୟ ଉପସଭାପତି ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଅଶୋକ ମିଶ୍ର, ଡଃ ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦିକା ଡ. ପ୍ରିତୀପ୍ରତିଭା ଭୋଳ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ସୋସିଆଲ ମିଡିଆ ଷ୍ଟେଟ ଇନ୍ ଚାର୍ଜ ଶ୍ରୀ ଉମାକାନ୍ତ ପଟ୍ଟନାୟକ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀ ଶଶାଙ୍କ ଶେଖର ସେଠୀ, କଟକ ସଦର ଜିଲ୍ଲା ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକ ଗ୍ରାମୀଣ ଜିଲ୍ଲା ପ୍ରଭାରୀ ଶ୍ରୀ କିଶୋର ପଣ୍ଡା, ଶ୍ରୀ ଅରିନ୍ଦମ ରାୟ, ଶ୍ରୀ ସୁମନ୍ତ ଘଡେ଼ଇ, ଶ୍ରୀମତୀ ଗୀତାଞ୍ଜଳି ସେଠୀ, ଶ୍ରୀ କୃଷ୍ନଚନ୍ଦ୍ର ପଣ୍ଡା, ଶ୍ରୀ ଲଳିତ ବେହେରା, ଶ୍ରୀ ଦୁର୍ଯୋଧନ ସାହୁ ଓ ଶ୍ରୀ ସୁନାକର ବେହେରାଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଅନେକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।