ଇରାନ୍ ଯୁଦ୍ଧକୁ ବିରୋଧ, ଆମେରିକାର ବଡ଼ ଅଧିକାରୀଙ୍କ ଇସ୍ତଫା...

Mar 18, 2026 - 18:16
 4
ଇରାନ୍ ଯୁଦ୍ଧକୁ ବିରୋଧ, ଆମେରିକାର ବଡ଼ ଅଧିକାରୀଙ୍କ ଇସ୍ତଫା...

ଇରାନ୍ ଯୁଦ୍ଧକୁ ବିରୋଧ, ଆମେରିକାର ବଡ଼ ଅଧିକାରୀଙ୍କ ଇସ୍ତଫା...

ଇରାନ ଯୁଦ୍ଧକୁ ବିରୋଧ କରି ପଦ ଛାଡ଼ିଲେ ଆମେରିକା ଆତଙ୍କବାଦ ବିରୋଧୀ ସଂସ୍ଥା ମୁଖ୍ୟ। ଆମେରିକାର ନ୍ୟାସନାଲ କାଉଣ୍ଟର ଟେରରିଜିମ୍ ସେଣ୍ଟର-NCTC ନିର୍ଦ୍ଦେଶକ ଜୋ କେଣ୍ଟ ଇସ୍ତଫା ଦେଇଛନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରୁ ସେ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। 

ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି, ନିଜର ବିବେକ ଅନୁସାରେ ଏହି ଯୁଦ୍ଧକୁ ସମର୍ଥନ କରିପାରିବେ ନାହିଁ। 

ତାଙ୍କ ମତରେ ଇରାନ ଆମେରିକା ପାଇଁ କୌଣସି ତତ୍କାଳ ବିପଦ ନଥିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଯୁଦ୍ଧ ବାବଦରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଏଥିସହ କହିଛନ୍ତି, ଏହି ଯୁଦ୍ଧ ଆମେରିକାର ଲୋକଙ୍କ ପାଇଁ କୌଣସି ଲାଭଦାୟକ ନୁହେଁ। କେବଳ ଇସ୍ରାଏଲର ଚାପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି। 

ବହୁ ଚିନ୍ତା ଓ ବିଚାର ପରେ ଇସ୍ତଫା ନିଷ୍ପତ୍ତି ନେଇଥିବା କହିଛନ୍ତି ଜୋ କେଣ୍ଟ। ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା 

ଏହି ସଂଘର୍ଷକୁ ନେଇ ସେ ନିଜର ନିରାଶା ବ୍ୟକ୍ତ କରିବା ସହ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପରୋକ୍ଷାରେ ବିରୋଧ କରିବା କରିଛନ୍ତି।