ଏହି ବର୍ଷର ବିଜେତାମାନେ ଏହି ଭିତ୍ତିକୁ ଆହୁରି ସୁଦୃଢ଼ କରି ନିଜ ଧାରଣାକୁ ସଫଳ ଉଦ୍ୟମରେ ପରିଣତ କରିବେ ବୋଲି ଆମର ବିଶ୍ୱାସ।”
ବିଲ୍ଡର ପଞ୍ଚମ ସଂସ୍କରଣରେ ସାତଟି ଦଳ ବିଜେତା ଭାବେ ଚୟନ
ବିଶ୍ୱର ଅଗ୍ରଣୀ ଏରୋସ୍ପେସ୍ କମ୍ପାନୀ ବୋଇଂ ୟୁନିଭର୍ସିଟି ଇନୋଭେସନ୍ ଲିଡରଶିପ୍ ଡେଭେଲପମେଣ୍ଟ (ବିଲ୍ଡ) ପ୍ରୋଗ୍ରାମ୍ ୨୦୨୫–୨୬ର ପଞ୍ଚମ ସଂସ୍କରଣର ବିଜେତାମାନଙ୍କ ନାମ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ନେଇ ଗଠିତ ସାତଟି ଦଳ ଏହି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି।
ଚୟନିତ ବିଜେତା ଦଳଗୁଡ଼ିକ ହେଲେ ଏରୋସର୍ଚ୍ ଟେକ୍ନୋଲୋଜିସ୍, ଆଲକାମୀ କାର୍ବନ, ଡାୟାସୋଲ୍ ପ୍ରାଇଭେଟ୍ ଲିମିଟେଡ୍, ଅର୍ଥସ୍ପ୍ରିଣ୍ଟ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଓରିଜୟ ମେଡଟେକ୍ ପ୍ରାଇଭେଟ୍ ଲିମିଟେଡ୍ |
ଏହି ବର୍ଷର ବିଜେତାମାନେ ଏହି ଭିତ୍ତିକୁ ଆହୁରି ସୁଦୃଢ଼ କରି ନିଜ ଧାରଣାକୁ ସଫଳ ଉଦ୍ୟମରେ ପରିଣତ କରିବେ ବୋଲି ଆମର ବିଶ୍ୱାସ।”
ଭାରତରେ ବିଲ୍ଡ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବୋଇଂ ସାତଟି ଅଗ୍ରଣୀ ଇନ୍କ୍ୟୁବେଟର ସହ ସହଭାଗୀତା କରିଛି।
ସେଗୁଡ଼ିକ ହେଲେ ଆଇଆଇଟି ମୁମ୍ବାଇର ସୋସାଇଟି ଫର୍ ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରେନରଶିପ୍ (ସାଇନ୍), ଆଇଆଇଟି ଦିଲ୍ଲୀର ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର (ଫିଟ୍), ଆଇଆଇଟି ଗାନ୍ଧୀନଗରର ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରେନରଶିପ୍ ସେଣ୍ଟର, ଆଇଆଇଟି ମାଡ୍ରାସ୍ ଇନ୍କ୍ୟୁବେସନ୍ ସେଲ୍, ଆଇଆଇଏସ୍ସି ବେଙ୍ଗାଲୁରୁର ଫାଉଣ୍ଡେସନ୍ ଫର୍ ସାଇନ୍ସ ଇନୋଭେସନ୍ ଆଣ୍ଡ ଡେଭେଲପମେଣ୍ଟ, ଟି-ହବ୍ ହାଇଦ୍ରାବାଦ ଏବଂ କିଟ୍ ଭୁବନେଶ୍ୱରର ଟେକ୍ନୋଲୋଜି ଆଣ୍ଡ ବିଜନେସ୍ ଇନ୍କ୍ୟୁବେଟର (ଟିବିଆଇ)।
ଆବେଦକମାନଙ୍କୁ ଏରୋସ୍ପେସ୍ ଓ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସାମାଜିକ ପ୍ରଭାବ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନିଜସ୍ୱ ନବସୃଜନମୂଳକ ଚିନ୍ତଧାରା ଦାଖଲ କରିବାକୁ ଆମନ୍ତ୍ରଣ କରାଯାଇଥିଲା।
ବର୍ଷ ବର୍ଷ ଧରି ବୋଇଂ ଇଣ୍ଡିଆ ବିଲ୍ଡ , ହରାଇଜନ୍-ଏକ୍ସ ଇଣ୍ଡିଆ ଇନୋଭେସନ୍ ଚ୍ୟାଲେଞ୍ଜ, ତ୍ୱରାନ୍ୱିତ ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟର ପ୍ରଶିକ୍ଷଣ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଗୁଡ଼ିକ ସହ ମିଳିତ ଭାବେ ଜାତୀୟ ଏରୋ ମଡେଲିଂ ପ୍ରତିଯୋଗୀତା ଭଳି
ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଭାରତରେ ଦକ୍ଷତା ବିକାଶ, ନବସୃଜନ ଏବଂ କ୍ଷମତା ବୃଦ୍ଧିକୁ ସମର୍ଥନ କରିଆସୁଛି