ଓଡ଼ିଶା ଟ୍ୟୁରିଷ୍ଟ ଗାଇଡ଼୍ ଆସୋସିଏସନ୍, ଭୁବନେଶ୍ବର ତରଫରୁ ବିଶ୍ୱପର୍ଯ୍ୟଟକ ଦିବସ ପାଳିତ ।
ଓଡ଼ିଶା ଟ୍ୟୁରିଷ୍ଟ ଗାଇଡ୍ ଆସୋସିଏସନ୍, ଭୁବନେଶ୍ଵର ତରଫରୁ ତା ୨୭.୦୯.୨୦୨୬ ରିଖ ସନ୍ଧ୍ୟାରେ ଜୟଦେବ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସନତ ମିଶ୍ରଙ୍କ ସଭାପତିତ୍ବରେ ବିଶ୍ଵ ପର୍ଯ୍ୟଟନ ଦିବସ ବଡ଼ ଆଡ଼ମ୍ବରରେ ପାଳିତ ହୋଇଥିଲା। ଜାତୀୟ ସଙ୍ଗିତ ଗାନପରେ ମାନନୀୟା ଶ୍ରୀମତି ପ୍ରଭାତି ପରିଡ଼ା, ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହୋଦୟା ମୁଖ୍ୟ ଅତିଥ୍, ଶ୍ରୀଯୁକ୍ତ ସୁରେସ ପୂଜାରୀ, ପ୍ରାକୃତିକ ବିପର୍ଯ୍ୟୟ ପିରଚାଳନା ଏବଂ ରାଜସ୍ବ ବିଭାଗ ମନ୍ତ୍ରୀ, ମୁଖ୍ୟ ବକ୍ତା, ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ, ବକ୍ତା, ଶ୍ରୀଯୁକ୍ତ ବୀରଞ୍ଚ ମିଶ୍ର, ଉପଦେଷ୍ଟା, ଓଡ଼ିଶା ଟ୍ୟୁରିଷ୍ଟ ଗାଇଡ୍ ଆସୋସିଏସନ୍ ଏବଂ ଶ୍ରୀଯୁକ୍ତ ସନତ ମିଶ୍ର, ସଭାପତି, ଓଡ଼ିଶା ଟ୍ୟୁରିଷ୍ଟ ଗାଇଡ୍ ଆସୋସିଏସନ୍ ଯୋଗଦାନ କରି ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଳ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ପରେ ସଭାପତି ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କୁ ସ୍ଵାଗତ କରିଥିଲେ ।
ଏହି ଅତ୍ସବେଷନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମାନନୀୟା ଶ୍ରୀମତି ପ୍ରଭାତୀ ପରିଡ଼ା ମହୋଦୟା ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟ ମଦନପୁର, ଖୋଦ୍ଧାର ଭାରପ୍ରାପ୍ତ କୁଳପତି ପ୍ରଫେସର (ଡ଼କ୍ଟର) ସତ୍ୟ ନାରାୟଣ ଆଚର୍ଯ୍ୟଙ୍କୁ “ପର୍ଯ୍ୟଟନ ଗୌରବ ପୁରସ୍କାର” ପ୍ରଦାନ କରିଥିଲେ । ଶେଷରେ ଲକ୍ଷ୍ମଣ ମନ୍ତ୍ରୀ ସମ୍ମାନିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।