ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କର ମୂଳ ପେନ୍ସନ୍ ସଂଶୋଧନ ଦାବୀ
ଭୁବନେଶ୍ଵର, ତା ୨୭/୦୯/୨୦୨୬ : ୧୯୯୫ ମସିହାରେ ବ୍ୟାଙ୍କ ଶିଳ୍ପରେ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ ହେବା ଦିନ ଠାରୁ ଦୀର୍ଘ ୨୮ ବର୍ଷ ଧରି ମୂଳ ପେନ୍ସନ୍ରେ ସଂଶୋଧନ କରାଯାଇନାହିଁ। ଏହି ସମୟ ମଧ୍ୟରେ ବ୍ୟାଙ୍କ କର୍ମଚାରୀ ମାନଙ୍କର ବେତନ ସଂଶୋଧନ ୭ ଥର ହୋଇଯାଇଛି, ଯଦ୍ୱାରା ୧୯୯୫ ମସିହାରେ ଅବସର ନେଇଥୁବା କର୍ମଚାରୀ ଓ ୨୦୨୦ ମସିହାରେ ଅବସର ନେଇଥିବା କର୍ମଚାରୀଙ୍କ ପେନ୍ସନ୍ରେ ଅନେକ ତାରତମ୍ୟ ପରିଲକ୍ଷିତ ହୁଏ। ୧୯୯୫ ମସିହାରେ ଅବସର ନେଇଥୁବା ଜଣେ କର୍ମଚାରୀର ମାସିକ ମୂଳ ପେନ୍ସନ୍ ଟ.୩୪୮୭/୮ ଥୁବାସୁଳେ, ୨୦୨୦ ମସିହାରେ ସମାନ ପଦବୀରୁ ଅବସର ନେଇଥୁବା ଜଣେ କର୍ମଚାରୀର ମାସିକ ମୂଳ ପେନ୍ସନ୍ ଟ.୨୯,୦୧୨/- ଅଟେ। ବ୍ୟାଙ୍କ ଶିଳ୍ପ ବ୍ୟତୀତ ଅନ୍ୟ କୌଣସି ସଂସ୍ଥାରେ ଏଭଳି ଅସଂଗତି ଦେଖାଯାଏ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନ୍ସନ୍ ଭୋଗୀ ମାନଙ୍କର ମୂଳ ପେନ୍ସନ୍ ପ୍ରତିଥର କର୍ମଚାରୀଙ୍କ ବେତନ ବୃଦ୍ଧି ସହିତ ଏ ସମୟରେ ସଂଶୋଧନ ହୋଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କରେ ମଧ୍ୟ ପେନ୍ସନ୍ ସଂଶୋଧନକୁ ୧୯୯୫ ମସିହା ଠାରୁ ଲାଗୁ କରିବାକୁ କେନ୍ଦ୍ର ସରକାର ୨୦୧୯ ମସିହାରୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ବ୍ୟାଙ୍କ ଶିଳ୍ପରେ ପ୍ରଚଳିତ ପେନ୍ସନ୍ ଯୋଜନା, ରିଜର୍ଭ ବ୍ୟାଙ୍କର ପେନ୍ସନ୍ ଯୋଜନା ସହିତ ସମାନ ଏବଂ ରିଜର୍ଭ ବ୍ୟାଙ୍କର ପେନ୍ସନ୍ ସଂଶୋଧନ ଆଧାରରେ ବ୍ୟାଙ୍କ ଶିଳ୍ପରେ ପେନ୍ସନ୍ ସଂଶୋଧନ ହେବା କଥା। କିନ୍ତୁ ପରିତାପର ବିଷୟ ଏହି ଯେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ମାନେ ତାଙ୍କର ଏହି ନ୍ୟାୟୋଚିତ ଦାବୀ ପୂରଣ ନିର୍ମିତ ଦୀର୍ଘ ଦିନ ଧରି ସଂଗଠନ ମାଧ୍ୟମରେ କେନ୍ଦ୍ର ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ତାଙ୍କର ଦାବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥୁବା ନିଶୂଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ୪ର୍ଥ ତ୍ରୈବାର୍ଷିକ ସମ୍ମିଳନୀରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସର୍ବଭାରତୀୟ ସାଧାରଣ ସଂପାଦକ ଶ୍ରୀ ସର୍ବତ୍ ଚାନ୍ଦ ଜୈନ୍ ଉଦ୍ଘାଟନ କରିବା ଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପ୍ରତି ହୋଇଥୁବା ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। ବାଙ୍ଗାଲୋର ଠାରେ ୨୦୨୩ ମସିହା ଫେବୃଆରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ସମ୍ମିଳନୀରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କର ରିଜର୍ଭ ବ୍ୟାଙ୍କ ଢ଼ାଞ୍ଚାରେ ମୂଳ ପେନ୍ସନ୍ର ସଂଶୋଧନ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟବୀମାର ବ୍ୟବସ୍ଥା ସ୍ଵାସ୍ଥ୍ୟ ବୀମାରାଶି ଉପରୁ ଦ୍ରବ୍ୟ ଓ ସେବାକର ପ୍ରତ୍ୟାହାର, ଆଇ.ବି.ଏ ସ୍ତରରେ ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ନେତୃବୃନ୍ଦ ସହ ସିଧାସଳଖ ଦ୍ବିପାକ୍ଷିକ କଥାବର୍ଭା କରିବା ଇତ୍ୟାଦି ୭ଟି ଦାବୀ ଉପରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା।
ଶ୍ରୀ ବୈକୁଣ୍ଠ ନାଥ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସାରା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କ ପେନ୍ସନ୍ର ଆବଶ୍ୟକ ସଂଶୋଧନକୁ ସରକାର ବିଚାର କରି ଶୀଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ରଖୁଥୁଲେ। ଇତିଅବସରରେ ସଭାପତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କ ପେନ୍ସନ୍ର ଆବଶ୍ୟକ ସଂଶୋଧନକୁ ସରକାର ବିଚାର କରି ଶିଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ଆଶା କରିଥିଲେ।
ଅଭ୍ୟର୍ଥନା ସମିତିର ଅଧକ୍ଷ ଶ୍ରୀ ରାଜାରାମ ଶତପଥ୍ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଜଣେ ଅଭିଜ୍ଞ ସାମ୍ବାଦିକ, ସ୍ତମ୍ଭକାର, ସମାଜସେବୀ ଓ ସଂସ୍କାରଧର୍ମୀ ବ୍ୟକ୍ତିତ୍ଵ ସମ୍ପନ୍ନ ଶ୍ରୀ ଶତପଥ ବ୍ୟାଙ୍କ କର୍ମଚାରୀ ମାନଙ୍କର କାର୍ଯ୍ୟର ଭୂୟଷୀ ପ୍ରଶଂସା କରି ସେମାନଙ୍କର ସମର୍ପିତ ସେବା ଯୋଗୁଁ ବ୍ୟାଙ୍କ ଶିଳ୍ପ ଉପରେ ଆସିଥିବା ଅନେକ ବିପଦକୁ ଟାଳି ଦିଆଯାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ କରଣ ବ୍ୟାଙ୍କର ଆବଶ୍ୟକତା ଆମ ଦେଶ ପାଇଁ ଯେ ଏକାନ୍ତ ଆବଶ୍ୟକ ତାହା ସେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କର ସମସ୍ୟା ପ୍ରତି ସମବେଦନା ଜଣାଇବା ସହ ସାମ୍ବାଦିକ ଓ ସ୍ତମ୍ଭକାର ମାନେ ସହାନୁଭୂତି ପୂର୍ବକ ତାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବର୍ଭା ପହଞ୍ଚାଇବା ଆବଶ୍ୟକ ବୋଲି ସେ ମତ ରଖୁଥୁଲେ। ଶେଷରେ ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥୁଲା । ଏଥୁରେ ଶ୍ରୀ ବୈକୁଣ୍ଠ ନାଥ ଆଚାର୍ଯ୍ୟ ସଭାପତି, ଶ୍ରୀ ନିରଞ୍ଜନ ମିଶ୍ର ସାଧାରଣ ସଂପାଦକ ଓ ଶ୍ରୀ ସୁଧୁର କୁମାର ଦାସ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।
ପ୍ରଦ୍ୟୁମ୍ନ କୁମାର ମହାନ୍ତି ମିଡ଼ିଆ ଆଡ଼ଭାଇଜର
ମୋ : ୯୪୩୭୩୦୯୨୦୦୯
(ଶ୍ରୀ ନିରଞ୍ଜନ ମିଶ୍ର)
ସାଧାରଣ ସଂପାଦକ
ମୋ : ୯୪୩୭୦୫୯୦୫୦