ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ...

May 2, 2026 - 08:17
 15
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ...

ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ଓଡ଼ିଶା ସାହତ୍ୟ ଏକାଡେମୀ ପକ୍ଷରୁ ଆଦିମ୍ ଅୱାର ଜାର୍ପାଙ୍କ ମିଳିତ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି। 

ସଭାରେ ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖିକା ତଥା ଜନଜାତି ଗବେଷିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ୟା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। 

ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡକ୍ଟର କବିତା ବାରିକ, ମୁଖ୍ୟବକ୍ତା ଭାବେ ଡକ୍ଟର ପରମାନନ୍ଦ ପଟେଲ ଓ ସମ୍ମାନନୀୟ ଅତିଥି ବକ୍ତା ଭାବେ ଡକ୍ଟର ପାରେଶ୍ବର ସାହୁ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ସଭାରେ ଆଦିତ୍ୟ ଆଓ୍ବାର ଜାର୍ପାଙ୍କ ସଭାପତି ସଭାମୁଖ୍ୟ ଭାବରେ ଉପସ୍ଥିତ ଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିଲେ। ସହଯୋଗୀ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

ଅଲଚିକି ଲିପିର ସ୍ରଷ୍ଟା ତଥା ମହାନ ସାରସ୍ୱତ ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଅତୁଳନୀୟ l ସାନ୍ତାଳୀ ଭାଷାକୁ ମୌଖିକ ପରମ୍ପରାରୁ ଆଣି ଜ୍ଞାନ, ପ୍ରଜ୍ଞାନ ଓ ବିଜ୍ଞାନର ଭାଷା ଓ ପ୍ରୟୋଗରେ ସେ ସିଦ୍ଧ l 

ପ୍ରକୃତି, ପ୍ରେମ ଓ ଚିତ୍ରର ଚମତ୍କାର ଚୌହଦୀ ତାଙ୍କର ଲିପି l ଭାଷା, ଧର୍ମ, ସଂସ୍କୃତି ହିଁ ଜାତିର ଅସ୍ମିତା ବୋଲି ଗୁରୁ ଗମକେ ପ୍ରକାଶ କରୁଥିଲେ l 

ନାଟକ, କବିତା ଓ ଚିନ୍ତନରେ ସେ ସାନ୍ତାଳୀ ସାହିତ୍ୟକୁ ସମୃଦ୍ଧ କରିଥିଲେ l ତାଙ୍କପରି ଜଣେ ଯୋଗଜନ୍ମା ମନୀଷୀଙ୍କୁ ଅତିଥିମାନେ ଶବ୍ଦଅର୍ଘ୍ୟ ପ୍ରଦାନ କରିଥିଲେ l