ଓଡ଼ିଶାର ବୈଷ୍ଣୋଦେବୀ ମନ୍ଦିରରୁ ଚୋରି...
ଓଡ଼ିଶାର ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି।
କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା।
ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ।
ଲୁଟ୍ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ।
ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଯାଇଛି।
ଭାରତ ବର୍ଷରେ ଗୋଟିଏ ଶ୍ରେଷ୍ଠ ବୈଷ୍ଣୋଦେବୀ ମନ୍ଦିର ଥିଲା ବେଳେ ଏହା ଭାରତର ଦ୍ଵିତୀୟ ତଥା ଓଡ଼ିଶାର ପ୍ରଥମ ମନ୍ଦିର ଅଟେ