କଟକ ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲ ଗସ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଟକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲ ଗସ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କ ତରଫରୁ କରାଯାଇଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ବୁଲି ଦେଖିଲେ । ପ୍ରକଳ୍ପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ । ଏହା ପରେ ସ୍ମାର୍ଟ କ୍ଲାସ ରୁମରେ ବସି ଛାତ୍ରଛାତ୍ରୀଙ୍କ ସହିତ କ୍ଲାସ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ସ୍କୁଲ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଚାଟ୍ ଜିପିଟି ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ । ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ପିଲାମାନେ ବିଶ୍ବ ଜିତିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହା ପରେ ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ – ୨ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ରେଭେନ୍ସା କଲେଜିଏଟ ସ୍କୁଲର ୧୭୫ ତମ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଏହା ପରେ କମଳାକାନ୍ତ ବିଦ୍ୟାପୀଠର ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ