କନିଷ୍ଠ ଶିକ୍ଷକଙ୍କ ଦରମା ବଢିଲା
ଭୁବନେଶ୍ବର : କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ମାସିକ ଦରମା ୧୩,୮୦୦ରୁ ୨୦ ହଜାରକୁ ବୃଦ୍ଧି । ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହାଦ୍ବାରା ରାଜ୍ଯର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। ରାଜ୍ୟର କାର୍ଯ୍ୟରତ ୧୨ ହଜାର ୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ।
