କୃଷକମାନେ କୌଣସି ପ୍ରକାରେ ଅସୁବିଧାରେ ପଡିବେ ନାହିଁ.

Nov 4, 2025 - 08:13
 5
କୃଷକମାନେ କୌଣସି ପ୍ରକାରେ ଅସୁବିଧାରେ ପଡିବେ ନାହିଁ.

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଦାବି ପଇଠ ସମ୍ବନ୍ଧୀୟ ଅଭିଯୋଗ ସମ୍ବନ୍ଧରେ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିଛନ୍ତି। ଏହି ବୈଠକରେ ଶ୍ରୀ ଶିବରାଜ ସିଂହ ମହାରାଷ୍ଟ୍ରର କେତେକ କୃଷକଙ୍କ ସହ ଭର୍ଦୁଆଲ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ଅଧୂକାରୀମାନଙ୍କ ଠାରୁ ଉତ୍ତର ମାଗି ସିଧାସଳଖ ସେମାନଙ୍କ ସମସ୍ୟା ଶୁଣିଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ କୃଷକମାନେ କୌଣସି ପରିସ୍ଥିତିରେ ଅସୁବିଧାରେ ପଡ଼ିବେ ନାହିଁ।

*୧ ଟଙ୍କା, ୩ ଟଙ୍କା, ୫ ଟଙ୍କା କିମ୍ବା ୨୧ ଟଙ୍କାର ଫସଲବୀମା କୃଷକମାନଙ୍କୁ ପରିହାସ କରିବା ଏବଂ ସରକାର ଏହାକୁ ଜାରି ରଖିବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଚୌହାନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ବୀମା କମ୍ପାନୀ ଏବଂ ଅଧିକାରୀମାନଙ୍କୁ କୃଷକଙ୍କ ସପକ୍ଷରେ କଠୋର ନିର୍ଦ୍ଦେଶ ଦେଇ ଦାବି ଶୀଘ୍ର ଏବଂ ଏକା ସମୟରେ ପ୍ରଦାନ କରାଯିବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି। କ୍ଷୟକ୍ଷତିର ଆକଳନ ଏକ ସଠିକ୍ ବ୍ୟବସ୍ଥା ମାଧ୍ୟମରେ କରାଯିବା ଆବଶ୍ୟକ, ଏବଂ ଅସଙ୍ଗତି ଦୂର କରିବା ପାଇଁ ଯୋଜନାର ବ୍ୟବସ୍ଥାଗୁଡ଼ିକରେ ଆବଶ୍ୟକ ସଂଶୋଧନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ନିଜ ସଂସଦୀୟ କ୍ଷେତ୍ର ସିହୋର ଜିଲ୍ଲାରେ କୃଷକମାନଙ୍କ ଠାରୁ ମିଳିଥିବା ଅଭିଯୋଗକୁ ନେଇ ବିଶେଷ କରି ମହାରାଷ୍ଟ୍ରର କୃଷକମାନଙ୍କ ଦ୍ବାରା ଅତି ସ୍ବଳ୍ପ ପରିମାଣର ଦାବି ପ୍ରାପ୍ତିକୁ ନେଇ ଗଭୀର ଭାବେ ଚିନ୍ତିତ ଥିଲେ । ସୋମବାର ସକାଳେ ବିମାନରେ ଦିଲ୍ଲୀରେ ପହଞ୍ଚିବା ପରେ ସେ ସିଧାସଳଖ କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ଯାଇଥିଲେ ଏବଂ ତୁରନୁ ସମସ୍ତ ବୀମା କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା

ଯୋଜନା ସହ ଜତିତ ସମସ୍ତ ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଯୋଜନା ଦେଶର କୃଷକମାନଙ୍କ ପାଇଁ ସେମାନଙ୍କ ଫସଲକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଏକ ଆଶୀର୍ବାଦ। ତଥାପି, କେତେକ ପ୍ରସଙ୍ଗ ଏହି ଗୁରୁତ୍ବପୂର୍ଣ୍ଣ ଯୋଜନାର ପ୍ରତିଷ୍ଠାକୁ କଳଙ୍କିତ କରିଛି ଏବଂ ଏହାକୁ ଉପହାସ ତଥା ପ୍ରଚାରର ବିଷୟ ରେ ପରିଣତ କରିଛି ।

ସିହୋର ଜିଲ୍ଲାର କେତେକ କୃଷକଙ୍କ ନାମ ସମେତ ଉଦାହରଣ ଦେଇ ଶ୍ରୀ ଶିବରାଜ ସିଂହ ଦର୍ଶାଇଥିଲେ ଯେ, ଫସଲ ବୀମା ସତ୍ତ୍ବେ କୌଣସି କ୍ଷତି ହୋଇନଥିବା ଦର୍ଶାଯାଇଥୁଲା, ତଥାପି ପ୍ରଦାନ କରାଯାଇଥ‌ିବା ଦାବି ଥିଲା ୧ ଟଙ୍କା । ଅନ୍ୟ ଜଣେ କୃଷକଙ୍କ କ୍ଷତି ୦.୦୦୪୮୦୬ ପ୍ରତିଶତ ରେକର୍ଡ କରାଯାଇଥୁଲା, ତଥାପି ଦାବି ମଧ୍ୟ ଥିଲା ୧ ଟଙ୍କା। । କେନ୍ଦ୍ର ମନ୍ତ୍ରୀ କୃଷକମାନଙ୍କ ତରଫରୁ ପ୍ରଶ୍ନ ଉଠାଇଥିଲେ; କ୍ଷୟକ୍ଷତି ମାପିବା ପାଇଁ ଏହା କେଉଁ ପ୍ରକାରର ପଦ୍ଧତି?"

ସେହିଭଳି, ଆଉ ଜଣେ କୃଷକଙ୍କ କ୍ଷତି ଏବଂ ଦାବି ସମାନ ଥିଲା। ଅଧିକାରୀମାନଙ୍କୁ ଏହି ପ୍ରସଙ୍ଗ‌ଗୁଡ଼ିକ ଉପସ୍ଥାପନ କରି ଶ୍ରୀ ଶିବରାଜ ସିଂହ ପଚାରିଥିଲେ ଯେ ଏହା କୃଷକମାନଙ୍କ ପ୍ରତି ଅନ୍ୟାୟ ନୁହେଁ କି? କତା ସ୍ବରରେ ସେ ଘୋଷଣା କରିଥିଲେ ଯେ, ସେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଏବଂ ଜୋର ଦେଇ କହିଥିଲେ ଯେ ଫସଲ ବୀମା କୌଣସି ଥଟ୍ଟା ମଜା ନୁହେଁ ଏବଂ ସେ ଏଭଳି ଉପହାସ ଜାରି ରଖିବାକୁ ଦେବେ ନାହିଁ। ସେ ସିହୋର ଜିଲ୍ଲାପାଳଙ୍କୁ ଭର୍ଦୁଆଲ ମାଧ୍ୟମରେ ବୈଠକରେ ଯୋଗଦେବାକୁ ଏବଂ ସମ୍ପୂର୍ଣ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଦିଲ୍ଲୀ ଅଧିକାରୀ ତଥା କମ୍ପାନୀର ପ୍ରତିନିଧୂମାନଙ୍କୁ ପ୍ରଶ୍ନ କରିଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ଏହି ବୈଠକରେ ମହାରାଷ୍ଟ୍ରର କୃଷି କମିଶନର ଏବଂ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ।

ମହାରାଷ୍ଟ୍ରର ଆକୋଲା ଜିଲ୍ଲାର କୃଷକମାନେ, ଯେଉଁମାନେ ୫ ଟଙ୍କା ୨୧ ଟଙ୍କାର ବୀମାରାଶି ପାଇବା ନେଇ ଅଭିଯୋଗ କରିଥିଲେ ସେମାନେ ମଧ୍ଯ ଅନଲାଇନରେ ଯୋଡି ହୋଇଥିଲେ ଏବଂ ସେଗୁଡ଼ିକର ବିସ୍ତୃତ ଅନୁସନ୍ଧାନ କରାଯାଇଥିଲା।

ଶ୍ରୀ ଶିବରାଜ ସିଂ ପଚାରିଥିଲେ ଯେ କୃଷକମାନେ କିପରି ଏବଂ କାହିଁକି ଏତେ କମ୍ ଦାବି ଦେୟ ପାଇଲେ।

ଅଧିକାରୀମାନେ ଉତ୍ତର ଦେଲେ ଯେ କୃଷକମାନେ ବିଭିନ୍ନ କ୍ଷେତ୍ର ଏବଂ ଫସଲ ପାଇଁ ଅଲଗା ଆବେଦନ ଦାଖଲ କରିଥିଲେ, ଏବଂ ପ୍ରାରମ୍ଭିକ ଦାବି ପରିମାଣ ଶୀଘ୍ର ପ୍ରଦାନ କରାଯାଇଥିଲା, ଏବଂ ଅବଶିଷ୍ଟ ପରିମାଣ ସର୍ଭେ ପରେ ସମାଯୋଜିତ ହୋଇଥିଲା, ତେଣୁ ସର୍ବନିମ୍ନ ଚୂଡ଼ାନ୍ତ ପରିମାଣ । କେନ୍ଦ୍ରମନ୍ତ୍ରୀ ଏହାକୁ ଏକ ଅସଙ୍ଗତି ବୋଲି କହିଛନ୍ତି ଯାହା ଦାବି ଦେୟ ସମୟରେ କୃଷକମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଏଡ଼ାଇବା, ସରକାରଙ୍କ ଅବାଞ୍ଛିତ ସମାଲୋଚନାକୁ ରୋକିବା ଏବଂ ଯୋଜନାକୁ ଥଟ୍ଟା ହେବାରୁ ରୋକିବା ପାଇଁ ଏହାକୁ ଦୂର କରାଯିବା ଆବଶ୍ୟକ ।

ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସିଇଓଙ୍କୁ ଏଭଳି ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ କ୍ଷେତ୍ରରେ ଦାବି ୧,୨ କିମ୍ବା ୫ ଟଙ୍କା ରହିଛି ଏବଂ ବାସ୍ତବତା ଜାଣିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଏବଂ ବୀମାଭୁକ୍ତ କୃଷକମାନଙ୍କ ସହିତ ମଧ୍ୟ କ‌ଥାବାର୍ତ୍ତା କରିଥିଲେ । ଅଧୂକନ୍ତୁ, ସେ ରିମୋଟ ସେଟିଂ-ଆଧାରିତ କ୍ଷତି ମୂଲ୍ୟାଙ୍କନର ପ୍ରାମାଣିକତାର ଏକ ବୈଜ୍ଞାନିକ ପରୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି ଏବଂ ନିର୍ଦ୍ଦେଶାବଳୀର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଅତି କମ୍ ପରିମାଣର ବୀମା ଅନୁମତି ଦିଏ, ଆବଶ୍ୟକ ଅନୁଯାୟୀ ସଂଶୋଧନ କରେ । ଦାବି ପଇଠରେ ବିଳମ୍ବ କରାଯିବା ଉଚିତ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ବୀମା କମ୍ପାନୀମାନଙ୍କୁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି ଯେ କ୍ଷୟକ୍ଷତି ସର୍ବେକ୍ଷଣ ସମୟରେ ସେମାନଙ୍କ ପ୍ରତିନିଧ୍ବ ଉପସ୍ଥିତ ରହିବା ସୁନିଶ୍ଚିତ କରନ୍ତୁ ଯାହା ଦ୍ବାରା କୌଣସି ଅନିୟମିତତା ନଘଟେ ଏବଂ କୃଷକମାନେ ସେମାନଙ୍କର ଯଥାର୍ଥ ଦାବି ପାଇବେ।

କେତେକ ର ରାଜ୍ୟମାନେ ମାସ ମାସ ଧରି ସେମାନଙ୍କ ସବସିଡି ବାବଦ ଅଂଶ ପ୍ରଦାନ କରିବାରେ ବିଳମ୍ବ କରିବା ପ୍ରସଙ୍ଗକୁ ସମାଧାନ କରି ଶ୍ରୀ ଶିବ ଶିବରାଜ ସିଂ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେ ସେମାନେ ସେମାନେ ସମସ୍ତ ରାଜ୍ୟ ସହିତ ସମନ୍ବୟ ରକ୍ଷା କରି ସେମାନଙ୍କ ଅଂଶର ସମ ସମୟୋଚିତ ଜମା ସୁନିଶ୍ଚିତ କରନ୍ତୁ ଯାହା ଦ୍ବାରା ପ୍ରଭାବିତ କୃଷକମାନେ ମାନେ ଦାବି ଦେୟ ତୁରନ୍ଧ ପାଇପାରିବେ। ବିଳମ୍ବ ପାଇଁ ନଙ୍କ ଠାରୁ ୧୨ ପ୍ରତିଶତ ସୁଧ ଆଦାୟ କରାଯିବା ଉଚିତ, ଯାହା କୃଷକଙ୍କ କୃଷକଙ୍କ ଲାଭ ପାଇଁ କେନ୍ଦ୍ର ଦ୍ବାରା କରାଯାଇଥ‌ିବା ଏକ ରାଜ୍ୟମାନଙ୍କ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା। ସବସିଡି ପ୍ରଦାନରେ ରାଜ୍ୟଗୁଡ଼ିକର ଅବହେଳା ଯୋଗୁଁ କେନ୍ଦ୍ର ସରକାରଙ୍କୁ କାହିଁକି ବଦନାମ କରାଯିବା ଉଚିତ ବୋ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଯୋଜନାରେ ଆହୁରି ଉନ୍ନତି ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ସିହୋର ଜିଲ୍ଲାପାଳ ଏବଂ ମହାରାଷ୍ଟ୍ରର ବରିଷ୍ଠ କୃଷି ଅଧୂକାରୀ ତଥା କମ୍ପାନୀ ପ୍ରତିନିଧୂମାନଙ୍କ ଠାରୁ ପରାମର୍ଶ ମାଗିଥିଲେ।

ଶ୍ରୀ ଶିବରାଜ ସିଂ ସମ୍ପୂର୍ଣ୍ଣ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ କୃଷକମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଗ କରିବାର ଆବଶ୍ୟକତା ଉପରେ ଗୁରୁ ଗୁରୁତ୍ବାରୋପ କରି । ଆଲୋଚନା ଶେଷ କରିଥିଲେ, ଯାହା ଦ୍ବାରା କୃଷକ ଭାଇ ଓ ଭଉଣୀମାନେ ସଚେତନ ରହିବେ ଏବଂ କୌଣସି ସ୍ଥାନରେ କୌଣସି ଅପବ୍ୟବହାର ହେବ ନାହିଁ।