କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର...
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତିନି ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତିକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ 1 ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି । ବନ୍ଧିତ ଡିଏ ଏବଂ ଡିଆର ଗତ ଜୁଲାଇ ପହିଲା ଠାରୁ ଲାଗୁ ହେବ । ବର୍ତ୍ତମାନର 55% ମୂଳ ବେତନ/ପେନସନ ଉପରେ 3% ଅତିରିକ୍ତ ଆକାରରେ ବନ୍ଧିତ ଡିଏ ଓ ଡିଆର ମିଳିବ । ଯାହାଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇପାରିବେ I
ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ 10083.96 କୋଟି ଟଙ୍କାର ମିଳିତ ବୋଝ ପଡ଼ିବ । ଏହା ପ୍ରାୟ 49.19 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 68.72 ଲକ୍ଷ ପେନସନଭୋଗୀଙ୍କୁ ଲାଭ ଦେବ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ସୂତ୍ର ଅନୁସାରେ ଏହି ବୃଦ୍ଧି କରାଯାଇଛି ।