ଖାରବେଳ ଭବନଠାରେ 'ସୃଜନ'ର ଶୁଭାରମ୍ଭ କଲେ ମନ୍ତ୍ର ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର

Dec 26, 2025 - 19:53
 7
ଖାରବେଳ ଭବନଠାରେ 'ସୃଜନ'ର ଶୁଭାରମ୍ଭ କଲେ ମନ୍ତ୍ର ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର

ଖାରବେଳ ଭବନଠାରେ 'ସୃଜନ'ର ଶୁଭାରମ୍ଭ କଲେ ମନ୍ତ୍ର ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର

ଜ୍ଞାନର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ଓ ସହଯୋଗକୁ ଏହା ପ୍ରୋତ୍ସାହିତ କରିବ

9/9098: ଭୁବନେଶ୍ବର ୨୬/୧୨/

ଆଜି ମାନ୍ୟବ ବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଖାରବେଳ ଭବନଠାରେ 'ସୃଜନ'ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏହା ଦ୍ବାରା ସୃଜନଶୀଳତା, କ‌ଥାବାର୍ତ୍ତା ଏବଂ ସୁଆଦିଆ ବ୍ୟଞ୍ଜନର ସମନ୍ବୟ ଘଟି ସହ ଏକ ଜୀବନ୍ଧ ତଥା ସହଭାଗୀ କର୍ମସଂସ୍କୃତି ଗଢ଼ିଉଠିବ। ଏହା ଅଧୂକାରୀ, କର୍ମଚାରୀ ଏବଂ ପରିଦର୍ଶକମାନଙ୍କ ମଧ୍ଯରେ । ଜ୍ଞାନର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ଓ ସହଯୋଗକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚି ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ "ସୃଜନଶୀଳତା, ଆଳାପ ଏବଂ ଆହାର" (Creativity, Conversation and Cuisine) ଥୁମ୍‌କୁ ନେଇ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯ ରାଯାଇଛି। ଏହି ପରିସରରେ ଏକ ଅତ୍ୟାଧୁନିକ କ୍ୟାଣ୍ଟିନ, ଅନୌପଚାରିକ ଆଲୋଚନା ପାଇଁ ଏକ ଲାଉଞ୍ଜ (Lounge) ଏବଂ ଏକ 'ସ୍କିଲ୍‌ଡ-ଇନ୍-ଓଡ଼ିଶା' ଓଡ଼ିଶା' (Skilled-in-Odisha) ଷ୍ଟଲ୍ ରହିଛି । ଗୁଣବତ୍ତା ଏବଂ ଉତ୍ତମ ଆତିଥ୍ୟ ସେବା ନିଶ୍ଚିତ କରିବା ପାଇଁ IRCTC ମାଧ୍ୟମରେ ଏହାର ପରିଚାଳନା କରାଯାଇଛି। 'ସୃଜନ' କେବଳ ଏକ ସ୍ଥାନ ନୁହେଁ, ବରଂ ଏହା କାର୍ଯ୍ୟାଳୟ ପରିବେଶରେ ନୂତନତା, କୁଶଳତା ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗର ଏକ ଦୃଢ଼ ପଦକ୍ଷେପ।