ଗଂଜାମ ବନ୍ୟା ପାଇଁ ଉଭୟ ବିଜେପି ଓ ବିଜେଡି ସରକାର ଦାୟୀ: ଭକ୍ତ...
ଠିକ୍ ସମୟରେ ଡ୍ୟାମ୍ଗୁଡ଼ିକର ଗେଟ୍ ନ ଖୋଲି ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା କରିଥିବା ବିଜେପି ସରକାର ଏ ଥରର ଗଂଜାମ ବନ୍ୟା ପାଇଁ ଯେତିକି ଦାୟୀ, ୨୪ ବର୍ଷ କ୍ଷମତାରେ ରହି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ପୂର୍ବର ବିଜେଡି ସରକାର ମଧ୍ୟ ସେତିକି ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଗଂଜାମ ଓ ଗଜପତି ବନ୍ୟାଞ୍ଚଳରେ ୩ ଦିନ ଧରି ସହସ୍ର ସଂଖ୍ୟାରେ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରିବା
ପରେ ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ବାତ୍ୟା ପରବର୍ତ୍ତୀ ବନ୍ୟା ମୁକାବିଲା ପାଇଁ ଯେଭଳି ଦୂରଦର୍ଶିତାର ଆବଶ୍ୟକତା ଦରକାର ତାହା ବିଜେପି ସରକାରର ନ ଥିଲା।
ଆଇଏମଡିର ସମସ୍ତ ସତର୍କ ସୂଚନା ସତ୍ତ୍ବେ ୨୩ରୁ ୨୮ ତାରିଖ ୬ଟି ଯାକ ଡ୍ୟାମ୍ର ଜଳସ୍ତର ହ୍ରାସ କରାଯାଇ ନ ଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥିତିର ମୁକାବିଲା ପାଇଁ ଅଧିକାରୀମାନଙ୍କୁ ଯେଭଳି କ୍ଷମତା ଦିଆଯିବା କଥା ତାହା ମଧ୍ୟ ଏ ସରକାର ଦେଉ ନ ଥିବା ସ୍ପଷ୍ଟ ହୋଇଛି।
ପ୍ରଳୟଙ୍କରୀ ବନ୍ୟାର କ୍ଷୟକ୍ଷତି, ମାନବୀୟ ସମ୍ବେଦନଶୀଳତା ଓ କାରୁଣ୍ୟକୁ ଦେଖିବା ପାଇଁ ଯେଉଁ ଆଖି ଓ ହୃଦୟ ଦରକାର ତାହା ବିଜେପି ନାତାମାନଙ୍କର ନାହିଁ। କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟ ବିଜେପିର ଦଳୀୟ ଲୋକଙ୍କ ଦ୍ବାରା କାହିଁକି କରାଯିବ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।
ଗଂଜାମର ଜୀବନରେଖା ଋଷିକୂଲ୍ୟାକୁ ଗଂଜାମର ଦୁଃଖ ହୋୟାଂହୋରେ ପରିଣତ କରିବାରେ ପୂର୍ବର ବିଜେଡି ସରକାର ମଧ୍ୟ କିଛି କମ୍ ଦାୟୀ ନୁହନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।
ପ୍ରତି ଥର ବନ୍ୟାଜନିତ କ୍ଷୟକ୍ଷତିର ଭରଣା, ରିଲିଫ ଆଦି ବଦଳରେ ଏକାଥରକେ ଏହାର ସ୍ଥାୟୀ ପ୍ରତିକାର ଦିଗରେ ବିଜେଡି ମଧ୍ୟ କାହିଁକି କିଛି କରି ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସୂଚନା ମିଳିଲେ, ଥଇଥାନ, ଉଦ୍ଧାର ଓ ରିଲିଫ ଆଦି କାର୍ଯ୍ୟ ହୁଏତ ବିଜେଡି ସରକାର କିଛିଟା ଠିକ୍ କରୁଥିଲା। କିନ୍ତୁ ସ୍ଥାୟୀ ପ୍ରତିକାର କଲାନାହିଁ କାହିଁକି?
ଗଂଜାମରେ ବନ୍ୟାର ଇତିହାସ ବିଷୟରେ ସ୍ମରଣ କରାଇ ଶ୍ରୀ ଦାସ କହିଛନ୍ତି, ଗଞ୍ଜାମ ଜିଲ୍ଲା ଇତିହାସରେ ୧୯୯୦ ମସିହାର ବନ୍ୟାକୁ ସବୁଠାରୁ ଭୟଙ୍କର ବୋଲି ଧରାଯାଏ। ଏକ ଭୟାବହ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ଅଭୂତପୂର୍ବ ବନ୍ୟା ଆସିଥିଲା, ଯାହା ସାରା ଜିଲ୍ଲାକୁ ଛାରଖାର କରିଦେଇଥିଲା।
ବିଶେଷ କରି ଆସିକା, ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଏହି ବନ୍ୟାର ଜଳସ୍ତର ଦୀର୍ଘ ବର୍ଷ ଧରି ଗଞ୍ଜାମ ପାଇଁ ଏକ ସର୍ବୋଚ୍ଚ ବିପଦ ସଙ୍କେତର ମାପଦଣ୍ଡ ହୋଇ ରହିଥିଲା।
୧୯୯୦ ଦଶକରେ ଗଞ୍ଜାମ ଜିଲ୍ଲା କ୍ରମାଗତ ଭାବେ ବନ୍ୟା ସ୍ଥିତିର ସାମ୍ନା କରିଥିଲା, ଯେଉଁଥିରେ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବା ସହ କୃଷିଭିତ୍ତିକ ଅର୍ଥନୀତି ଭାଙ୍ଗି ପଡ଼ିଥିଲା। ୧୯୯୯ ମହାବାତ୍ୟାର ମୁଖ୍ୟ ପ୍ରଭାବ ଜଗତସିଂହପୁରରେ ଥିଲା, ତଥାପି ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମର ନଦୀଗୁଡ଼ିକରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇ ବ୍ରହ୍ମପୁର ସମେତ ସମଗ୍ର ଉପକୂଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା।
୨୦୧୩ ମସିହା ଅକ୍ଟୋବର ମାସରେ ଆସିଥିବା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା "ଫାଇଲିନ୍" ସିଧାସଳଖ ଗଞ୍ଜାମର ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଥିଲା।
ବାତ୍ୟା ପରେ ପରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା, ଯାହାଫଳରେ ଋଷିକୁଲ୍ୟା ନଦୀ କୂଳ ଲଂଘିଥିଲା। ଏହି ବନ୍ୟାରେ ଜିଲ୍ଲାର କୃଷି, ବିଦ୍ୟୁତ ଭିତ୍ତିଭୂମି ଓ ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିଲା। ବିଶେଷ କରି ଆସିକା ସହର ଅନେକ ଦିନ ଧରି ପାଣି ଘେରରେ ବୁଡ଼ି ରହିଥିଲା।
୨୦୧୮ ମସିହାରେ ବାତ୍ୟା "ତିତଲି" ପ୍ରଭାବରେ ହୋଇଥିବା ଅତି ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ପଡ଼ୋଶୀ ଗଜପତି ଜିଲ୍ଲାରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଘଟିଥିଲା। ପାର୍ବତ୍ୟ ଅଞ୍ଚଳରୁ ଅତି ତୀବ୍ର ଗତିରେ ଆସିଥିବା ବନ୍ୟା ଜଳ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନି କରିଥିଲା।
ତେବେ ନିକଟରେ ୨୦୨୬ ଅକ୍ଟୋବର ମାସରେ ଆସିଥିବା ବାତ୍ୟା "ଅର୍ଣ୍ଣବ" ଗଞ୍ଜାମର ବନ୍ୟା ଇତିହାସରେ ଏକ ନୂଆ କଳା ଅଧ୍ୟାୟ ଯୋଡ଼ିଥିବା ଶ୍ରୀ ଦାସ କହିଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରେ ରେକର୍ଡ ପ୍ରାୟ ୫୪୬ ମିଲିମିଟର ବର୍ଷା ହୋଇଥିଲା, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି।
୧୯୯୦ ଓ ୨୦୧୩ର ରେକର୍ଡ ଭଙ୍ଗ: ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜାନିବିଲିଠାରେ ଜଳସ୍ତର ପୂର୍ବର ସମସ୍ତ ବନ୍ୟା (୧୯୯୦ ଏବଂ ୨୦୧୩) ର ସର୍ବୋଚ୍ଚ ସ୍ତରକୁ ଟପି ଯାଇଥିଲା।
ଜିଲ୍ଲାର ପ୍ରାୟ ୮୦୦ରୁ ଅଧିକ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଥିଲା ଏବଂ ହଜାର ହଜାର ପରିବାର ବାସ୍ତୁହରା ହୋଇଯାଇଥିଲେ।
ଆସିକା ଓ ପୁରୁଷୋତ୍ତମପୁର ଅଞ୍ଚଳରେ ଉତ୍ତରାଖଣ୍ଡ ପ୍ରଳୟ ଭଳି ଦୃଶ୍ୟ ସୃଷ୍ଟି ହୋଇଥିଲା।
ଗଂଜାମରେ ବାରମ୍ବାର ବନ୍ୟା ହେବା ସତ୍ତ୍ବେ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ଶୂନ ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।
ଗଂଜାମ ବନ୍ୟା ମନୁଷ୍ୟକୃତ ଥିଲା; ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବେ ତ ବୋଲି ପଚାରିବା ସହ ଶ୍ରୀ ଦାସ ଏଥି ସହ ଆହୁରି ଅନେକ ପ୍ରଶ୍ନ କରିଛନ୍ତି।
????ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ବେ ନଦୀର ଜଳସ୍ତରକୁ କମାଇବା ପାଇଁ ୨୩ରୁ ୨୮ ତାରିଖ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲାଯାଇ ନ ଥିଲା କାହିଁକି?
????୨୮ ତାରିଖ ଯାଏ ଦୈନିକ ପ୍ରବାହିତ ହେଉଥିବା ମାତ୍ର ୭ ହଜାର କ୍ୟୁସେକ୍ରୁ ବଢ଼ାଇ ୨୯-୩୦ରେ ହଠାତ୍ ଲକ୍ଷେ ୪୦ ହଜାର କ୍ୟୁସେକ୍ ଜଳପ୍ରବାହ କରାଇବାର ନିଷ୍ପତ୍ତି କିଏ ନେଇଥିଲେ?
ଏତେବଡ଼ ମନୁଷ୍ୟକୃତ ବନ୍ୟା ସତ୍ତ୍ବ ଏ ଯାଏ କାର୍ଯ୍ୟାନୁଷ୍ଠାନ ଘର ‘ଶୂନ’ କାହିଁକି?
????ଆଗକୁ ରବିଋତୁ ଆସୁଛି; ନଦୀବନ୍ଧ, ଆନିକଟ, କେନାଲ ଆଦିର ଯୁଦ୍ଧକାଳୀନ ମରାମତି ପାଇଁ କି ପଦକ୍ଷେପ ନେଇଛନ୍ତି, ସରକାର କେବେ କହିବେ?
????ପୂର୍ବତନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନହେଲେ ତାଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ
ବାତ୍ୟା ନ ସରୁଣୁ ମୁଖ୍ୟମନ୍ତ୍ରୀ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ସାଧନ ହେଲା ବୋଲି ବାହାସ୍ଫୋଟ ମାରୁଥିଲେ। ଦୁଇଜଣ ଭାସିଯିବା ଓ ଅନ୍ୟ ଦୁଇ ଚାଷୀଙ୍କ ଆତ୍ମହତ୍ୟା କ’ଣ କାଜୁଆଲିଟି ନୁହେଁ?
କନ୍ଧମାଳ ଭୂସ୍ଖଳନ ଯୋଗୁଁ ୧୨ ଜଣ ଜୀବନ୍ତ ସମାଧି ଭୋଗିବା କ’ଣ କାଜୁଆଲିଟି ନୁହେଁ? ଭାଗ୍ୟ ଭଲ, ବନ୍ୟାଜଳ ୨୯ ତାରିଖ ଦିନବେଳା ଆସିଲା, ନହେଲେ କ’ଣ ଯେ ଅବସ୍ଥା ହୋଇଥା’ନ୍ତା ଓ କେତେଜଣଙ୍କ ଜୀବନ ଯାଇଥା’ନ୍ତା, ମୁଖ୍ୟମନ୍ତ୍ରୀ ଭାବିପାରୁଛନ୍ତି ତ?
ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏହି ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।
????ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ବେ ନଦୀର ଜଳସ୍ତରକୁ କମାଇବା ପାଇଁ ୨୩ରୁ ୨୮ ତାରିଖ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲାଯାଇ ନ ଥିଲା କାହିଁକି?
????୨୮ ତାରିଖ ଯାଏ ଦୈନିକ ପ୍ରବାହିତ ହେଉଥିବା ମାତ୍ର ୭ ହଜାର କ୍ୟୁସେକ୍ରୁ ବଢ଼ାଇ ୨୯-୩୦ରେ ହଠାତ୍ ଲକ୍ଷେ ୪୦ ହଜାର କ୍ୟୁସେକ୍ ଜଳପ୍ରବାହ କରାଇବାର ନିଷ୍ପତ୍ତି କିଏ ନେଇଥିଲେ?
????ଏତେବଡ଼ ମନୁଷ୍ୟକୃତ ବନ୍ୟା ସତ୍ତ୍ବ ଏ ଯାଏ କାର୍ଯ୍ୟାନୁଷ୍ଠାନ ଘର ‘ଶୂନ’ କାହିଁକି?
????ଆଗକୁ ରବିଋତୁ ଆସୁଛି; ନଦୀବନ୍ଧ, ଆନିକଟ, କେନାଲ ଆଦିର ଯୁଦ୍ଧକାଳୀନ ମରାମତି ପାଇଁ କି ପଦକ୍ଷେପ ନେଇଛନ୍ତି, ସରକାର କେବେ କହିବେ?
????ପୂର୍ବତନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନହେଲେ ତାଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ
୧୦ ଦିନ ବିତିଯାଇଥିଲେ ମଧ୍ୟ ଏତେବଡ଼ ବିପର୍ଯ୍ୟୟକୁ ଡାକିଆଣିଥିବା ଜଣେ ବି ଯନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ।
ତଳ ସ୍ତରର ଯେଉଁ ଇଂଜଂନିୟରମାନେ ଭାବନ୍ତି ଡ୍ୟାମ କେବଳ ପିଇବା ପାଣି ଓ ଜଳସେଚନ ପାଇଁ ଅଛି, ତଥା ଯେଉଁ କନିଷ୍ଠ ଯନ୍ତ୍ରୀମାନେ ବନ୍ୟା ପରିଚାଳନା କଥା ଭାବନ୍ତି ନାହିଁ, ସେମାନଙ୍କ ହାତରେ ଦାୟିତ୍ବ ଟେକିଦେଇ ସରକାର ନିଘୋଡ଼ ନିଦରେ କିପରି ଶୋଇଗଲେ?
*ପିସିସି ସଭାପତିଙ୍କ ଦାବି:*
????କେନ୍ଦ୍ର ଏହାକୁ ଜାତୀୟ ବିପର୍ଯ୍ୟୟ ବୋଲି ମାନୁ। ଅଢ଼େଇ ହଜାର କୋଟି ନୁହେଁ, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ଦାବି କରୁ।
????ଚାଷଜମିମାନଙ୍କରେ ବାଲିଚର ହୋଇଛି। ଅନେକ ପୁରୁଣା ଆନିକଟ, ନଦୀବନ୍ଧ ଓ କେନାଲ ଭାଙ୍ଗିଯାଇଛି। ଆଗକୁ ରବି ଋତୁ। ଏହା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକର ମରାମତି ଦରକାର।
????ଅନ୍ୟପକ୍ଷରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଯଥାଶିଘ୍ର କାର୍ଯ୍ୟକାରୀ କରାଯାଉ।
????ପୁରୁଣାକାଳିଆ ରିଲିଫ କୋଡ ଅନୁସରଣ କରି ଏପରି ଏକ ମାନବୀୟ ବିପର୍ଯ୍ୟୟକୁ ଭରଣା କରିବା ଅନ୍ୟାୟ। ତେଣୁ ସରକାର ତୁରନ୍ତ ଏମଏସପି ଅନୁସାରେ ଅମଳ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ବିଚାରକୁ ନେଇ ସେହି ଅନୁସାରେ ହିସାବ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ।
????ଗିଡ଼ିପାବାଲିର ମୃତକ ଓ ଗଂଜାମର ଦୁଇ ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ।
????ସର୍ବୋପରି ଏହି ମନୁଷ୍ୟକୃତ ବନ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ।
????ଋଣଯନ୍ତାରେ ପଡ଼ିଥିବା ଚାଷୀଙ୍କର ଋଣ ଛାଡ଼ କରାଯାଉ।